ଆସୁଛି ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶୀତର ମାତ୍ରା କମିଥିବା ବେଳେ ତାପମାତ୍ରା ବୃଦ୍ଧି ପାଇଛି । ଏଥିସିହତ ବଙ୍ଗୋପସାରରେ ଏକ ଲଘୁଚାପ ସୃଷ୍ଟି ହାର ସମ୍ଭାବନା ଅଛି । ଯାହାକୁ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହି ଲଘୁଚାପ ଓଡିଶା ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ଅନୁମାନ କରାଯାଉଛି ।ତେବେ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୪ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତି କାଳରେ ୫ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ । ଅଥିସହିତ ଏହି ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ସହ ୮ ତାରିଖ ମଧ୍ୟରେ ତଟବର୍ତ୍ତୀ ଅଞ୍ଚଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଲଘୁଚାପ ୮ ତାରିଖରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା ରହବା ସହ ଏହା ଓଡିଶା ଉପରେ ଏହି ଲଘୁଚାପର ପ୍ରଭାବ ପଡିବ ନାହିଁ ବୋଲି ଆକଳନ କରାଯାଉଛି । ।