ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ଗିରଫ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଆସିଛି ବଡ଼ ଅପଡେଟ । ଏହି ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି । ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଚିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ଗିରଫ କରାଯାଇଛି । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି ବୋଲି କୁହାଯାଉଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଣ୍ଟାବାଞ୍ଜି ପୋଲିସ ।

ଗତ ଅକ୍ଟୋବର ୮ ତାରିଖରେ ମମିତା ମେହେର ନିଖୋଜ ହୋଇଥିବା ବେଳେ କିଛି ଦିନ ପରେ ତାଙ୍କ ମୃତଦେହ ଠାବ ଉଦ୍ଧାର ହୋଇଥିଲା । ତେବେ ସ୍ଥାନୀୟ କଣ୍ଟ୍ରାକ୍ଟର ଗୋବିନ୍ଦ ସାହୁକୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା ପୋଲିସ । ତେବେ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିବାରୁ ମାମଲା ଖୁବ ସରଗରମ ହୋଇଥିଲା ।