ମହିଳାଙ୍କ ସୁରକ୍ଷା ଲାଗି ସିଇଓଙ୍କଠାରେ ଫେରାଦ ହେଲା ବିଜେପି

ପଦ୍ମପୁରରେ ବିଜେଡି ବିଧାୟକମାନଙ୍କ ଆତଙ୍କରାଜ ଚାଲିଛି : ଡ.ଲେଖାଶ୍ରୀ

ରକ୍ଷକ ଯଦି ଭକ୍ଷକ ସାଜେ ବିରୋଧୀ ଫେରାଦ ହେବ କାହାକୁ

ଭୁବନେଶ୍ୱର, ତା.୦୧/୧୨: ଡିସେମ୍ବର ୩୦ତାରିକରେ ନିରୂପମା ବାଗ ଅପରାହ୍ନ ସମୟରେ ବିଜେପି ପକ୍ଷରୁ କ୍ୟାମ୍ପନିଂଗ୍ କରୁଥିଲେ । ଶ୍ରୀମତୀ ବାଗଙ୍କୁ ବିଜେଡିର ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡାମାନେ ମାଡମାରି ଗୁରୁତର କରିଛନ୍ତି । ଏନେଇ ଶ୍ରୀମତୀ ବାଗ ପାଇକମାଲ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି । ଦୁଃଖ ଓ ପରିତାପର ବିଷୟ ଯେ, ବାରମ୍ବାର ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହେବା ସତ୍ୱେ ପାଇକମାଳର ଆଇଆଇସି ଏନେଇ ଆଜି ପର୍ଯ୍ୟନ୍ତ କୌଣସି ଅଭିଯାଗର ଏଫଆଇ ଦାୟର କରିନାହାନ୍ତି । ବିଜେଡି ମନ୍ତ୍ରୀ ନବ ଦାଶ ଏହି କାରଣରୁ ଆଇଆଇସି ପାଇକମାଳଙ୍କୁ ନିର୍ବାଚନ ଆରମ୍ଭର ହେବାର ୫ଦିନ ପୂର୍ବରୁ ଝାରସୁଗୁଡାରୁ ଆଣି ପାଇକମାଡରେ ଅବସ୍ଥାପିତ କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପାଇକ ମାଡ ଆଇଆଇସି ବିଜେଡି କର୍ମୀଭଳି କାର୍ଯ୍ୟ କରୁଛି । ରକ୍ଷକ ଯଦି ଭକ୍ଷକ ସାଜେ ବିରୋଧୀ ଫେରାଦ ହେବେ କାହା ପାଖରେ । ଶାସକ ଦଳର ହଂସ୍ର ମନୋବୃତି ପାଇଁ ରାଜ୍ୟ ସାଧାରଣ ସପାଂଦିକା ଡ. ଲେଖାଶ୍ରୀ

ସାମନ୍ତସିଂହାରଙ୍କ ତତ୍ୱାବଧାନରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।
ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ କାରଣରୁ ପଦ୍ମପୁର ଉପନିର୍ବାଚନର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନର ପକ୍ଷପାତିତା ଆଚରଣ କାରଣରୁ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବେଫିକର ହୋଇ ବିରୋଧୀଙ୍କୁ ଦମନ କରିବାର ଅପପ୍ରୟାସ କରୁଛି । ଶାସନ କଳର ଅପବ୍ୟବହାର ସହିତ ମରଣାନ୍ତକ ଆକ୍ରମଣ କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅନବରତ ପ୍ରଚେଷ୍ଟା ଜାରୀ ରଖିଥିବା ଶାସକ ବିଜେଡି ପୋଲିସ ଓ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ । ଶାସକ ଦଳର ଗୁଣ୍ଡାରାଜ ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ବିଜେପି ତରଫରୁ ବାରମ୍ବାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରାଯାଉଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଚିନ୍ତାଜନକ ।

ପଦ୍ମପୁର ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏଭଳି ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ କାର୍ଯ୍ୟକୁ ଡ.ଲେଖାଶ୍ରୀ ଦୃଢ଼ ନିନ୍ଦା କରିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଲିଗାଲ୍ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।