ଜିଲ୍ଲାସ୍ତରୀୟ ଅନ୍ତଃ ସ୍କୁଲ ୧୭ ବର୍ଷରୁ କମ୍ ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ

ଆଗକୁ ଗ୍ରାମ ରେ ବହୁ ଉନ୍ନତ ମାନର ଫୁଟବଲ୍ ପ୍ରତିଯୋଗିତା ଆୟୋଜନ ହେବ ବୋଲି ବିଧାୟକ କହିଥିଲେ…..

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଷ୍ଟାଡିୟମ୍ ରେ ଫୁଟବଲ୍ ର ଲୋକପ୍ରିୟତା ବଢାଇବା ପାଇଁ ରାଜ୍ଯ ସରକାର ପାଖରୁ ପ୍ରୟାସ ଆରମ୍ଭ ହୋଇଛି l ପ୍ରତି ଜିଲ୍ଲା ରେ ଅନ୍ତଃ ସ୍କୁଲ ୧୭ ବର୍ଷରୁ କମ ବାଳକ ବାଳିକା ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପାଟଣା ବିଧାୟକ ଜଗନ୍ନାଥ ନାୟକ ମୁଖ୍ୟ ଅତିଥି, ବିରୋଧୀ ଦଳ ମୁଖ୍ୟ ସଚେତକ ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ନୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୂଖ ଯୋଗ ଦେଇ ବାଳକ ଓ ବାଳିକା ମାନଙ୍କୁ ଉତ୍ସାହିତ କରିଥିଲେ l

ଏହି ଫୁଟବଲ ଖେଳ ମାଧ୍ୟମରେ ଭାଇଚାରା ବୃଦ୍ଧି ପାଇବା ସହ ଶୃଙ୍ଖଳା ଜ୍ଞାନ ବଢିବ ଏବଂ ସାମାଜିକ ବୌଦ୍ଧିକ ବିକାଶ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ l ଆଗକୁ ଗ୍ରାମ ରେ ବହୁ ଉନ୍ନତ ମାନର ଫୁଟବଲ୍ ପ୍ରତିଯୋଗିତା ଆୟୋଜନ ହେବ ବୋଲି ବିଧାୟକ କହିଥିଲେ l ଏହି କାର୍ଯ୍ୟକ୍ରମ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଏଥିରେ ୧୩ ବ୍ଲକ ରୁ ୧୩ ଟି ବାଳକ ଓ ୧୩ ଟି ବାଳିକା ଦଳ ଅଂଶ ଗ୍ରହଣ କରିଛନ୍ତି l ୧୭ ତାରିଖ ରେ ଉଦଯାପନୀ ସହିତ ରାଜ୍ଯ ଟିମ୍ ଚୟନ କାର୍ଯ୍ୟକ୍ରମ ରହିଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି l