ଭାଲୁ ଆକ୍ରମଣରେ ବାପା ପୁଅ ଗୁରୁତର

ଭାଲୁ ଆକ୍ରମଣରେ ବାପା ପୁଅ ଗୁରୁତର କେନ୍ଦୁଝର,ସଦର ରେଞ୍ଜ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ସତେଇଭଞ୍ଜ ପାହାଡ ପାର୍ଶ୍ବ ନିକଟବର୍ତ୍ତି ଶ୍ରୀ ଜଗନ୍ନାଥ କାରଖାନା ରାସ୍ତା ସମ୍ମୁଖରେ ଆଜି ସନ୍ଧ୍ୟା ସାଢେ ୬ଟା ପାଖା ପାଖି ଦୁଇ ଜଙ୍ଗଲି ଭାଲୁ ଆକ୍ରମଣରେ କାଉଁରୀକଳା ପଞ୍ଚାୟତ ଖୁଣ୍ଟାପଡା ଗ୍ରାମର ଦୁଲ୍ଲଭ ମୁଣ୍ତା(୪୫) ସାନପୁଅ ଜେମସ ମୁଣ୍ତା(୮)ଗୁରୁତର ହୋଇଥିବାବେଳେ ବଡପୁଅ ତୁଷାର ମୁଣ୍ତା(୧୨)ପ୍ରାଣ ବିକଳରେ ଦୈଡି ପଳାଇବାରୁ ଅଳ୍ପକେ କର୍ତ୍ତି ଯାଇଛନ୍ତି।ପ୍ରାପ୍ତସୂଚନାଅନୁସାରେ,ଏମାନେ ଝୁମ୍ପୁରା ସ୍ଥିତ ଅର୍ଶଳା ରୁ ଚଲାପାଦରେ ଜଙ୍ଗଲ ରାସ୍ତାଦେଇ ଘରକୁ ଯାଉଥିଲେ।ସେହିସମୟରେ ଦୁଇଟି ଭାଲୁ ଜଙ୍ଗଲରୁ ବାହାରି ରାସ୍ତା ଅତିକ୍ରମ କରିଯାଉଥିଭେଳେ ପ୍ରଥମେ ଏକ ଭାଲୁ ଜେମସ ମୁଣ୍ତା ଙ୍କୁ ଆକ୍ରମଣ କରିଥିଲା।ଫଳରେ ଦୁଲ୍ଲଭ ପୁଅକୁ ବଞ୍ଚାଇବାକୁ ସଂଘର୍ଷ କରିବାରୁ ଦୁଇ ଭଲୁ ମିଳିତ ଭାଵେ ମୁଣ୍ତ କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ।ତେବେ ସେତିକିବେଳେ ଏକ ବାଇକ୍ ଆରାହୀ ଆସୁଥିବାରୁ ଦୁଇଭାଲୁ ଘଟଣା ସ୍ଥଳରୁ ଚାଲିଯାଇଥିଲେ।ଗୁରୁତର ବାପା ପୁଅ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।ଏହି ସଂମ୍ପର୍କରେ ପଳାସପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଙ୍କୁ ପଚାରିବାରୁ ଗୁରୁତର ଙ୍କୁ ବନବିଭାଗ ପକ୍ଷରୁ ତୁରନ୍ତ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।କେନ୍ଦୁଝର ଜିଲ୍ଲା ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।