ଲସର୍ଦା ଗ୍ରାମରେ ଗୁଳିକାଣ୍ଡ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଗ୍ରାମର ବିଶିଷ୍ଟ ତେଜରାତି ବ୍ୟବସାୟୀ ଲକ୍ଷ୍ମୀଧର ଆପଟ ଙ୍କ ସହ ତାଙ୍କ ସହଧର୍ମିଣୀ ମଞ୍ଜୁଲତା ଆପଟଙ୍କ ଘଟଣାସ୍ଥଳରେ ମୃତ୍ୟୁ । ଘଟଣା ପାଖାପାଖି ସଂଧ୍ୟା ୮.୩୦ ସମୟର କୁହାଯାଉଥିବା ବେଳେ ୪ ଜଣ ଦ୍ରୁବୁର୍ତ୍ତ ଏହି ହତ୍ୟାକାଣ୍ଡରେ ପ୍ରତ୍ୟେକ୍ଷ ଭାବରେ ଜଡ଼ିତ ଥିବା ଗ୍ରାମବାସୀ କହୁଛନ୍ତି । ଯେଉଁଥିରେ ଦୁଇଜଣ ଦ୍ରୁବୁର୍ତ୍ତ ଏକ ବାଇକ ଯୋଗେ ବିଆରପିଏଲ ରାସ୍ତାରେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଘର ସାମନାରେ ଥିବା ପାହାଡ଼ ଦେଇ ଦୌଡ଼ି ପଳାଇଥିବାର ସୂଚନା ରହିଛି । ତେବେ ବଲାଣି ପୁଲିସ ଘଟଣା ସ୍ଥଳରେ ଛାନଭିନ ଜାରି ରଖିଥିବା ବେଳେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।