ବଜ୍ରପାତରେ ଚାରିଜଣ ଗୁରୁତର ।

୪ ଜଣ ଙ୍କ ମଧ୍ୟରୁ ୨ଜଣଙ୍କୁ ମେଡିକାଲ ଭର୍ତ୍ତି କରାଯାଇଛି…..

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧୀନରେ ଥିବା ଲୋଇଡାପଦା ପଞ୍ଚାୟତ ର ଚୋର ମାଲଦା ଗ୍ରାମ ରେ ବଜ୍ରପାତରେ ଚାରି ଜଣ ଗୁରୁତର ଆହତ ହୋଇଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ସାମନା କୁ ଆସିଛି। ସୂଚନା ମୁତାବକ ଚୋରମାଲଦା ଗ୍ରାମର ଫୁଟବଲ ପଡିଆ ରେ ଫୁଟବଲ ଖେଳୁ ଥିବା ସମୟରେ ବଜ୍ରପାତ ହୋଇଥିଲା। ଚୈତନ ମୁଣ୍ଡାର (୩୫) ,ଧନଜୟ ମୁଣ୍ଡା (୧୭) ବିଉଷା ମୁଣ୍ଡା (୧୩ )ଶିବ ଶଙ୍କର ମୁଣ୍ଡା ( ୨୬ )ଫୁଟବଲ ଖେଳୁଥିବା ବେଳେ ବଜ୍ରପାତ ହୋଇଥିଲା ସେଥିରେ ୪ ଜଣ ଗୁରୁତର ଅବସ୍ଥାରେ ପଡିଆ ରେ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ।ଖବର ପାଇ ସରପଞ୍ଚ ବିଳାସିନୀ ଓରାମ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ର ବ୍ୟବସ୍ଥା କରି ୪ ଜଣକୁ ଯୋଡ଼ା ଟାଟା ଟିସ୍କୋ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ। ୪ ଜଣ ଙ୍କ ମଧ୍ୟରୁ ୨ଜଣଙ୍କୁ ମେଡିକାଲ ଭର୍ତ୍ତି କରାଯାଇଛି।