ରାଜଧାନୀରେ ଚାଞ୍ଚଲ୍ୟ: ବ୍ୟାଗ ଭିତରୁ ଜଣେ ୮ ମାସ ଶିଶୁକନ୍ୟାର ମୃତ ଦେହ

ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀ…

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଏକ ବ୍ୟାଗ ଭିତରୁ ଜଣେ ୮ ମାସ ଶିଶୁକନ୍ୟାର ମୃତ ଦେହ ମିଳିଛି । ଯାହାକୁ ଦେଖିବା ପରେ ସେଠାକାର ସ୍ଥାନିୟ ବାସିନ୍ଦା ଉତ୍ତେଜିତ ହୋଇଯାଇଥିଲେ । ତେବେ ଲୋକଙ୍କ ଉତ୍ତେଜନା ଦେଖି ଶିଶୁକନ୍ୟାର ସଂସ୍କାର ପାଇଁ ନେଉଥିବା କହିଲେ ପରିବାର ଲୋକେ । ଏହି ଘଟଣାର ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଛି । ଏଥି ସହିତ ପରିବାର ଲୋକଙ୍କୁ ଅଟକ ରଖିବା ସହ ଅଧିକ ଛାନବିନ୍ ଆରମ୍ଭ କରିଛି ।