ଓଏମସି ପକ୍ଷରୁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ

ଓଡିଶା ଖଣି ନିଗମ ପକ୍ଷରୁ ମାସ୍କ ଏବଂ ସାନିଟାଇଜର…

କେନ୍ଦୁଝର: ଜିଲ୍ଲାର ଯୋଡ଼ା ବ୍ଲକ ଅଧୀନରେ ଥିବା ଲୋଇଡାପଦା ପଞ୍ଚାୟତ ରେ ଓଏମସି ପକ୍ଷରୁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଛି।ଏଥିରେ ଲୋଇଡାପଦା ପଞ୍ଚାୟତର ସରପଞ୍ଚ ବିଳାସିନୀ ଓରାମ ସବୁ ଗ୍ରାମର ୱାର୍ଡ ମେମ୍ବର ଉପସ୍ଥିତ ରହି ଗ୍ରାମର ଲୋକମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବଣ୍ଟନ କରାଯାଇଥିଲା।

ଓଡିଶା ଖଣି ନିଗମ ପକ୍ଷରୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଥିଲା।ଡାକ୍ତର ଅତିସ ମିଶ୍ର, ଫାର୍ମାସିଷ୍ଟ ସସ୍ମିତା ସାହୁ,ମିଳନ କୁମାର ମହାନ୍ତ, ମଧୁସୂଦନ ମହାନ୍ତ, ଭୁବନ ପାତ୍ର,ପରିଚାଳକ ବ୍ୟକ୍ତିଗତ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସେଠୀ,ବରିଷ୍ଠ ଖଣି ପ୍ରବନ୍ଦକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।