ହରହର ମହାଦେବ ସ୍ୱରରେ କମ୍ପିଲା କେନ୍ଦୁଝର ଜିଲ୍ଲାର ମନ୍ଦିର

ବାବାଙ୍କ ଦର୍ଶନ ପାଇଁ କେବଳ ଜିଲ୍ଲା ନୁହଁ ଜିଲ୍ଲା ବାହାରୁ ଦେବଗଡ଼, ସୁନ୍ଦରଗଡ଼ ତଥା ରାଜ୍ୟ ବାହାରୁ…

କେନ୍ଦୁଝର: ଶ୍ରାବଣ ମାସର ପ୍ରଥମ ସୋମବାର । କେନ୍ଦୁଝର ଜିଲ୍ଲାର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ସହ ଭକ୍ତଙ୍କ ସମାଗମ ହୋଇଛି । ପ୍ରସିଦ୍ଧ ଶୈବପୀଠ ବାବା କେନ୍ଦୁଝର ଶିବ ମନ୍ଦିରରେ ମଧ୍ୟ ରାତ୍ରିରୁ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ ପାଇଁ ମଧ୍ୟ ରାତ୍ରିରୁ ଭକ୍ତ ଧାଡ଼ି ବାନ୍ଧି ଛିଡ଼ା ହୋଇ ଭଗବାନଙ୍କ ଦର୍ଶନ କରିଛନ୍ତି । ଦେବ ମହାଦେବ ନିଜ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି ।

ପ୍ରଥମ ସୋମବାରରେ ହରହର ମହାଦେବ ସ୍ବରରେ କମ୍ପିଲା କେନ୍ଦୁଝର ଜିଲ୍ଲାର ମନ୍ଦିର….
ବାବାଙ୍କ ଦର୍ଶନ ପାଇଁ କେବଳ ଜିଲ୍ଲା ନୁହଁ ଜିଲ୍ଲା ବାହାରୁ ଦେବଗଡ଼, ସୁନ୍ଦରଗଡ଼ ତଥା ରାଜ୍ୟ ବାହାରୁ , ଝାରଖଣ୍ଡ ପ୍ରମୁଖ ଅଞ୍ଚଳରୁ ଭକ୍ତ କାଉଡିଆ ମାନେ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଖାଲି ପାଦରେ ଚାଲିଆସିଛନ୍ତି । ଭୋର ୩ଟାରୁ ଧାଡ଼ି ବାନ୍ଧି ଛିଡ଼ା ହୋଇ ମହାଦେବଙ୍କୁ ଜଳାଭିଷେକ କରି ବେସ ଖୁସି ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ।

ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ମନ୍ଦିର କମିଟି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯେଭଳି କୌଣସି ଅସୁବିଧା ନହେଉ ସେଥିପ୍ରତି ନଜର ରଖିଛନ୍ତି । କେନ୍ଦୁଝର ଜିଲ୍ଲାର ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।