ଗୋନାସିକା ମହୋତ୍ସବର ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି ଓଡ଼ିଆ ଚଳିଚ୍ଚିତ୍ର ତାରକା ବାବୁସାନ୍‌ ମହାନ୍ତି

କେନ୍ଦୁଝର ଜିଲ୍ଲା ଗୋନାସିକା ମହୋତ୍ସବର ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି ଓଡ଼ିଆ ଚଳିଚ୍ଚିତ୍ର ତାରକା ବାବୁସାନ୍‌ ମହାନ୍ତି। ବାବୁସାନ୍‌ଙ୍କ ନୃତ୍ୟାଭିନୟ ଏବଂ ସଂଗୀତରେ ଝୁମିଛନ୍ତି ଦର୍ଶକ। ଆଜି ଅପରାହ୍‌ଣ ସାଢ଼େ ୨ଟାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମେ ସାଇ ତରାରୀଣୀ ଡ୍ୟାନ୍ସ ଗ୍ରୁପ୍‌ର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ।ପରେ ଶ୍ରୀକ୍ଷେତ୍ର ଭଜନ ଗ୍ରୁପ୍‌, ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଫାଉଣ୍ଡେସନ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ବାଂଶପାଳ ବ୍ଲକ୍‌ର କଳାକାରମାନେ ଚାଙ୍ଗୁ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଅଲେଖ ମହିମା ସେବା ସଂଘ ପକ୍ଷରୁ ଖଞ୍ଜଣି ଭଜନ ଏବଂ ପଶୁମୁଖା ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଗୋଟିପୁଅ ଏବଂ ଢେମ୍‌ସା ନୃତ୍ୟ ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପରିଷଦ ସଦସ୍ୟା ଛଇଳବାଳା ନାୟକ, କେଦାର ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ଚନ୍ଦ୍ର ନାଏକ, ସୌଭାଗ୍ୟ ମଞ୍ଜରୀ ନାୟକ, ରୁନୁ ମହାନ୍ତ, ଶାନ୍ତିଲତା ରଣା, ଅରୁଣ କୁମାର ବାରିକ, ଶଶିକାନ୍ତ ଖିଲାର, ସୁକୁମାରୀ ଦେହୁରୀ, ଡମ୍ବରୁଧର କୁଦାଦାଃ, ଚମ୍ପାବତୀ ଟୁଡ଼ୁ, ଲକ୍ଷ୍ମୀଧର କିସା‌ନ, ସୁକାନ୍ତୀ ଜେନା, କୌଶଲ୍ୟା ସେଠୀ, ବିମ୍ବାଧର ବିଶ୍ବାଳ, ରଣଜିତ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ସଭା ପରିଚାଳନା କରିବା ସହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ସଂଜୀବ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହାପରେ ଓଡ଼ିଆ ଚଳଚ୍ଚିତ୍ର ତାରକା ବାବୁସାନ ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରଥମେ ବାବୁସାନଙ୍କ ଟିମ୍‌ ଦୁଇଟି ନୃତ୍ୟ ପରିବେଷଣ କରିଥିଲେ। ପରେ ବାବୁସାନ୍‌ ‘ଦମନ’ ସି‌ନେମାର ଏକ ନୃତ୍ୟାଭିନୟ କରିବା ସହ ଏହି ସିନେମାର ଗୀତ ‘ରତରତ ସଂଜବେଳେ’ ଗାଇଥିଲେ। ବାବୁସାନ୍‌ଙ୍କ ପାଇଁ ଆଜ ମହୋତ୍ସବ ପଡ଼ିଆରେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା।