ପୋଲିସ ସାମ୍ବାଦିକ ପ୍ରେମ ପୀରତି, ଗିରଫ କଲା ପୋଲିସ୍

ଭଦ୍ରକ: ମହିଳା ସାମ୍ବାଦିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପାଇଁ ପ୍ରଲୋଭନ ଦେଖାଇ ୨ ବର୍ଷ ଧରି ବାରମ୍ବାର ଯୌନ ସମ୍ପର୍କ ରଖୁଥିବା ଅଭିଯୋଗରେ ଭଦ୍ରକ ଜିଲା ଚୁଡ଼ାମଣି ମେରାଇନ ଥାନାରେ କାର୍ଯ୍ୟରତ ଥିବା ଏଏସ୍‌ଆଇ ତପସ୍ବିନୀ ମହାପାତ୍ରଙ୍କୁ ଟାଉନ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଯୁବତୀଙ୍କ ଅଭିଯୋଗରୁ ପ୍ରକାଶ ଭଦ୍ରକରେ ୨ ବର୍ଷ ତଳେ ପୁରୁଣାବଜାର ଥାନାରେ ରହଣୀ ସମୟରେ ଭଦ୍ରକ ଅଂଚଳର ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ତାଙ୍କୁ ବିବାହ କରିବା ପାଇଁ ପ୍ରଲୋଭନ ଦେଖାଇ ଗତ ୨୦୨୧ ନଭେମ୍ବର ୨୩ ରେ ପୁରୀ ଜଗନ୍ନାଥ ମନ୍ଦିରରେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ । ଅଭିଯୁକ୍ତ ଏସ୍ଆଇ ଜଣେ ପୁରୁଷ ହୋଇ ସରକାରଙ୍କ ଆଖୁରେ ଧୂଳି ଦେଇ ମହିଳା ଭାବେ ସତ୍ୟପାଠ କରି ଚାକିରୀ କରିଥିବା ସେ ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ବାସୁଦେବପୁର ଓ ପୁରୁଣାବଜାର ଭଡ଼ାଘରକୁ ଡାକି ତାଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୁକ୍ତ ଏସଆଇ ପୂର୍ବରୁ ଜଣେ ମହିଳା ଏସ ଆଇଙ୍କୁ ବିବାହ କରିଥିବା ଜାଣିବା ପରେ ଯୁବତୀ ଜଣକ ତାଙ୍କୁ ବିବାହ କରିବା ପାଇଁ ଜିଦ କରିଥିଲେ । ଗତ ୩୧ ତାରିଖରେ ଭଦ୍ରକ ନୂଆ ବଜାରସ୍ଥିତ ଭଡା ଘରକୁ ଯାଇ କେଉଁ ଦିନ ବିବାହ କରିବ ପଚାରିବାରୁ ସେ ଉତ୍ତେଜିତ ହୋଇ ଗାଳିଗୁଲଜ କରିବା ସହ ମାଡ଼ ମାରି ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ଟାଉନ ପୋଲିସ ମାମଲା ନଂ ୧୯୧/୨୩) ରୁଜୁ କରି ଅଭିଯୁକ୍ତ ଏଏସଆଇକୁ ଗିରଫ କରିଛି। (ଜନମୁଖ)