ଅଜଣାବ୍ୟକ୍ତି ଙ୍କ ଶବ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ ଅମୃତପଡ ପତଳାସାହି ଜଙ୍ଗଲ ବନ୍ଧ ନିକଟରୁ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତଦେହ ପୋଲିସ ଜବତ କରିଛି।ତାଙ୍କର ପରିଚୟ ମିଳିପାରିନଥିବାବେଳେ ବସୟ ୮୦ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।ପ୍ରତ୍ୟେକ୍ଷଦର୍ଶୀ ଙ୍କ କହିବା ଅନୁସାରେ,ବ୍ୟକ୍ତି ଜଣଙ୍କ କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଥିଲେ।ଖାଦ୍ୟପେୟ ଠିକ୍ ଭାବରେ କରୁନଥିବାରୁ ଶରୀର ବହୁ ଦୁର୍ବଳ ହୋଇଯାଇଥିଲା।ଆଜିସନ୍ଧ୍ୟାରେ ସ୍ଥାନୀୟ ଲୋକେ ବ୍ୟକ୍ତିଙ୍କ ଶବ ଦେଖିଵା ପରେ ପର୍ଜନପୁର ସରପଞ୍ଚ ଡମ୍ବରୁଧର ମାଝୀ ଙ୍କୁ ଖବର ଦେଇଥିଲେ।ଶ୍ରୀମାଝୀ ପଳାସପଙ୍ଗା ପାଣ୍ତି ଅଧିକାରୀ ମହେନ୍ଦ୍ର କୁମାର ସାହୁ ଙ୍କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଶ୍ରୀ ସାହୁ ସଦଳବଳେ ପହଞ୍ଚି ଶବ ଜବତ କରି ତଦନ୍ତ କରିବା ସହିତ ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।ବ୍ୟବଛେ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଜଣାପଡିଛି।କେନ୍ଦୁଝର ଜିଲ୍ଲା ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।