ସିନେମା ଘରେ ପୁଣି ଶୁଣିବାକୁ ମିଳିବ ସଲାମ ରକି ଭାଇ

ମୁମ୍ବାଇ(ଏସ୍ ନ୍ୟୁଜ): ପୁଣି ଜୁଲାଇ ମାସରେ ଧମାଲ କରିବେ ରକି ଭାଇ। ସିନେମା ଘରେ ପୁଣି ଶୁଣିବାକୁ ମିଳିବ ସଲାମ ରକି ଭାଇ..ସଲାମ ରକି ଭାଇ। ବହୁ ପ୍ରତିକ୍ଷିତ ଆକ୍ସନ ଫିଲ୍ମ ‘କେଜିଏଫ୍‌ ଚାପ୍ଟର-୨’ର ରିଲିଜ ତାରିଖ ଘୋଷଣା ହେଲା ଆସନ୍ତା ଜୁଲାଇ ମାସରେ ଫିଲ୍ମଟି ପରଦାକୁ ଆସିବ। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ଏହାରି ଭିତରେ ଫିଲ୍ମର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି, ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିବାରେ ଲାଗିଛି।

ସୂଚନା ଅନୁସାରେ, ଏହି ଆକ୍ସନ ଥ୍ରୀଲର ଫିଲ୍ମଟି ଆସନ୍ତା ଜୁଲାଇ ମାସ ୧୬ ତାରିଖରେ ରିଲିଜ ହେବ। ପ୍ରଶାନ୍ତ ନିଲ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଶୁଟିଂ ଆସନ୍ତା ଡିସେମ୍ବରରେ ସରିସାରିଛି। ରକି ଭାଇ ଭାବେ ଜଣାଶୁଣା ଅଭିନେତା ୟଶଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ୟୁଟ୍ୟୁବରେ ଟ୍ରେଲରଟି ସବୁ ରେକର୍ଡ ଭାଙ୍ଗି ଦେଇଥିଲା, ଏହାକୁ ଦର୍ଶକମାନେ ବେଶ ପସନ୍ଦ ମଧ୍ୟ କରିଥିଲେ।

ଫିଲ୍ମର ଲିଡ୍‌ ରୋଲରେ ୟଶ ଥିବା ବେଳେ ଅନ୍ୟ ପ୍ରମୁଖ ଭୂମିକାରେ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟି ଓ ରବିନା ଟଣ୍ଡନ ପ୍ରମୁଖ ଚରିତ୍ରରେ ନଜର ଆସିବେ। ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷାରେ ରିଲିଜ୍ ହେବ।