ସୋନପୁର ଷ୍ଟେସନରୁ ମାନ୍ୟବର ସାଂସଦଙ୍କ ଦ୍ୱାରା ଶୁଭାରମ୍ଭ

ଏହି ଟ୍ରେନର ପ୍ରାରମ୍ଭିକ ଚଳାଚଳ ଦିବସରେ ବଲାଙ୍ଗୀର ମାନ୍ୟବର ସାଂସଦ ଶ୍ରୀମତୀ ସଂଗୀତ କୁମାରୀ ସିଂଦେଓ ସୋନପୁର ଷ୍ଟେସନ ଠାରେ ଏହି ଟ୍ରେନକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି । ୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ ବାଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ନ ୦୧ ଘ.୪୫ ମି.ରେ ସୋନପୁର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ ୦୩ ଘ.୧୫ମି.ରେ ସୋନପୁରରେ ପହଞ୍ଚିବ । ଫେରିବା ମାର୍ଗରେ ୧୨୮୯୪ ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଅପରାହ୍ନ ୦୧ ଘଟିକାରେ ଛାଡି ଅପରାହ୍ନ ୦୨ ଘ.୨୫ ମି.ରେ ବାଲାଙ୍ଗୀରରେ ପହଞ୍ଚିବ ।

ଏହି ଟ୍ରେନ୍ ଅପରାହ୍ନ ୦୨ ଘ.୪୫ ମି.ରେ ବାଲାଙ୍ଗୀର ଷ୍ଟେସନରୁ ଛାଡି ରାତ୍ରି ୦୯ ଘ.୪୫ ମି.ରେ ଭୁବନେଶ୍ୱରରେ ପହଞ୍ଚିବ । ଏହି ଟ୍ରେନ ୧୪ .୦୩ .୨୦୨୪ ଠାରୁ ସୋନପୁର ରୁ ଏବଂ ୧୫ .୦୩ .୨୦୨୪ ଠାରୁ ଭୁବନେଶ୍ୱରରୁ ନିୟମିତ ଚଳାଚଳ କରି ସେବା ପ୍ରଦାନ କରିବ ।

୧୨୮୯୩ /୧୨୮୯୪ ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସର ସମେସରଣୀ ଓ ରହଣି ଷ୍ଟେସନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ । ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝରତରଭା ଏବଂ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ ।