ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କଲା ଏସବିଆଇ

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିଶନକୁ ଇଲେକ୍ଟୋରାଲ ବଣ୍ଡ ସଂପର୍କୀତ ତଥ୍ୟ ପ୍ରଦାନ କରିଛି ଏସବିଆଇ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରିବାକୁ ସାହସ ଜୁଟାଇ ପାରିଲାନି ଏସବିଆଇ । ଏବେ ନିର୍ବାଚନ କମିଶନ ଉକ୍ତ ତଥ୍ୟକୁ ଅଫିସିଆଲ ୱେବ୍‌ ସାଇଟ୍‌ରେ ପ୍ରକାଶ କରିବାକୁ ବାଧ୍ୟ ।

ମାର୍ଚ୍ଚ ୧୫ ସୁଦ୍ଧା ନିର୍ବାଚନ ବଣ୍ଡ ସଂପର୍କୀତ ସବୁ ତଥ୍ୟ ନିର୍ବାଚନ କମିଶନ ୱେବ୍‌ ସାଇଟ୍‌ରେ ଯେପରି ପ୍ରକାଶିତ ହେବ; ସେଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତା’ ସହିତ ନିର୍ଦ୍ଧାରିତ ଅବଧି ଭିତରେ ସୁପ୍ରିମକୋର୍ଟଙ୍କୁ ତଥ୍ୟ ପ୍ରଦାନ କରିବେ ନିର୍ବାଚନ କମିଶନ । ସୂଚନାଯୋଗ୍ୟ, ସୋମବାର ଦିନ ଏସବିଆଇ ସୁପ୍ରିମକୋର୍ଟଙ୍କ ନିକଟରେ ଫେଚକାମି ବାହାର କରିଥିଲା ।

ନିର୍ବାଚନ ବଣ୍ଡ ସଂପର୍କୀତ ତଥ୍ୟଗୁଡ଼ିକ ଦାଖଲ ପାଇଁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଅବଧି ଲୋଡ଼ିଥିଲା ।