ଶୈବ ପୀଠରେ ଗଞ୍ଜେଇ ନିଷେଧ

ଭୁବନେଶ୍ୱର : ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର।  ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି ବିଭାଗ।

ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟପୂଜକ ବଳିଆ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ।