ଓଡ଼ିଶାର ମନ୍ତ୍ରୀମାନେ କେବଳ ମାତ୍ର ‘ରବର ଷ୍ଟାମ୍’; ନିଜ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ଗୋଟିଏ ସୁଚିନ୍ତିତ ନାଟକ

ଓଲଡ୍ ୱାଇନ୍ ଇନ୍ ନିୟୁ ବଟଲ୍‌

ଭୁବନେଶ୍ୱର: ରାଜ୍ୟ ସରକାର ପୂର୍ବରୁ ଯେଉଁମାନଙ୍କୁ ମନ୍ତ୍ରୀମଣ୍ଡଳରୁ ଅପସାରଣ କରିଥିଲେ, ସେମାନଙ୍କୁ ପୁନଃର୍ବାର ଦକ୍ଷ ଓ ବରିଷ୍ଠ କହି ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୩ଜଣ ମନ୍ତ୍ରୀ ପୂର୍ବରୁ ଦକ୍ଷ କିମ୍ବା ବରିଷ୍ଠ ନଥିଲେ କି? ଯଦି ଦକ୍ଷ ଥିଲେ ତାହେଲେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ କାହିଁକି ଅନ୍ତର କରିଥିଲେ ଏବଂ ତାଙ୍କର କେଉଁ ଦକ୍ଷତା ବଳରେ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲା ? ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏମାନଙ୍କୁ ଦକ୍ଷ ଭାବୁନଥିଲେ, ହଠାତ୍ ସେମାନଙ୍କ କ’ଣ ଦକ୍ଷତା ଆସିଲା ତାହା ସ୍ପଷ୍ଟ କରିବେ କି? ନବୀନ ବାବୁ ଦକ୍ଷ ଓ ବରିଷ୍ଠ କଥା କହି ଓଡିଶାର ଲୋକଙ୍କୁ ଆଉ ଦିନରେ ଲଂଠନ ଦେଖାନ୍ତୁ ନାହିଁ । ବିଜେଡି ଶାସନରେ ମନ୍ତ୍ରୀମାନେ କେବଳ ରବର ଷ୍ଟାଂପ । ନିଜ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ମନ୍ତ୍ରୀ ପଦ ନାମରେ ମୁଖ୍ୟମନ୍ତ୍ରୀ ଝୁନଝୁନା ଧରେଇ ଦେଇଛନ୍ତି । ବାସ୍ତବରେ ଏ ସରକାରକୁ କିଏ ଚଳାଉଛି ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଜୀ ପୂର୍ବରୁ ପ୍ରଶ୍ନ କରିଥିଲେ । ଏହାର ଉତର ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଦେଇପାରିଲେ ନାହିଁ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ।

ଓଡ଼ିଶାରେ କିଭଳି ମନ୍ତ୍ରୀମାନେ କାର୍ଯ୍ୟ କରନ୍ତି ତାହା ଦିବାଲୋକ ପରି ସ୍ପଷ୍ଟ । ନୂତନ ଶିକ୍ଷା ବର୍ଷ ଆରମ୍ଭ ସମୟରେ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କୁ ରାତି ଅଧରେ ବିଜେଡି ସରକାର ବହିଷ୍କାର କରି ଛାତ୍ରଛାତୀଙ୍କ ଭବିଷ୍ୟତ ଓ ଶିକ୍ଷା ସହ ଖେଳ ଖେଳୁଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୧୨୦ଦିନ ବିତିଗଲା କିନ୍ତୁ ଦୋଷୀ ଧରାପଡିଲା ନାହିଁ କି ଚାର୍ଜସିଟ୍ ଦିଆଗଲା ନାହିଁ । ବରଂ ରାଜ୍ୟ ସରକାର ଲୋକଙ୍କୁ ଭ୍ରମିତ କରିବାରେ ବ୍ୟସ୍ତ ଅଛନ୍ତି । ସାଧାରଣ ନିର୍ବାଚନ ଅଳ୍ପଦିନ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଜ ମନ୍ତ୍ରୀମଣ୍ଡଳର ପରିବର୍ତନ କରିବାର କ’ଣ ଆବଶ୍ୟକତା ଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ନିମାପଡା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ହତ୍ୟାକାଣ୍ଡରେ ସମୀର ଦାସଙ୍କ ସଂପୃକ୍ତି; ମହିଳା ବ୍ୟଭୀଚାର ପ୍ରସଙ୍ଗରେ ଶ୍ରୀକାନ୍ତ ସାହୁଙ୍କ ସଂପୃକ୍ତି, ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟଶଙ୍କର ମିଶ୍ର ଓ ପରୀ ଘଟଣାରେ ଅରୁଣ ସାହୁଙ୍କ ସଂପୃକ୍ତିକୁ ନେଇ ବିଜେପିର କ୍ରମାଗତ ଅଭିଯୋଗ ପରେ ସେମାନଙ୍କୁ ରାଜ୍ୟ ସରକାର ବାଧ୍ୟ ହୋଇ ଶେଷରେ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିଥିଲେ ସତ କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଲେ ନାହିଁ ।
ବିଜେଡିର ମନ୍ତ୍ରୀ, ନେତାମାନେ ହତ୍ୟା ଓ ଅପହରଣରେ ସଂଶ୍କୀଷ୍ଟ ଅଛନ୍ତି । ଯଦି ରାଜ୍ୟ ସରକାର ଏଭଳି ଦୁର୍ନୀତିଯୁକ୍ତ ନେତା, ମନ୍ତ୍ରୀଙ୍କୁ ଦଣ୍ଡ ଦେଇଥାନ୍ତେ ତାହାଲେ ଆଇନ ଉପରେ ଓଡିଶାବାସୀ ବିଶ୍ୱାସ ରହିଥାନ୍ତା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ODISHA BJP
ODISHA BJP

୨୦୨୪ରେ ସରକାର ଗଢ଼ିବ ବିଜେପି । ବିଜେଡି ସରକାରରେ ମନ୍ତ୍ରୀଙ୍କର କୈାଣସି କ୍ଷମତା କି ଅଧିକାର ନାହିଁ । ଧର୍ମକୁ ଆଖିଠାର ମାରିବା ଭଳି “ଓଲଡ୍ ୱାଇନ୍ ଇନ ନିୟୁ ବଟଲ” ନୀତି ଆପାଣାଇଛନ୍ତି ବିଜେଡି ସରକାର । ମନ୍ତ୍ରୀମଣ୍ଡଳ ପରିବର୍ତନ ବିଜେଡିର ଶାସନ ଶୈଳୀ ଉପରେ କିଛି ପ୍ରଭାବ ପଡିବ ନାହିଁ । ଓଡ଼ିଶାର ଶାସନରେ କିଛି ନୂତନତ୍ୱ ନାହିଁ । ପୂର୍ବରୁ ଯେଭଳି ସ୍ଥାଣୁ, ଅପରାଗ ହୋଇ ଚାଲିଥିଲା ସେଭଳି ଚାଲିବ । ଯେଉଁମାନଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ଥିଲା, ସେଇଭଳି ପୁରୁଣା ଲୋକଙ୍କୁ ନେଇ ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।