ଅନଲାଇନରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

ଭୁବନେଶ୍ୱର, (ଏସ୍ ନ୍ୟୁଜ‌): ମାଟ୍ରିକ୍ ସାର୍ଟିଫିକେଟ୍ ଏବେ ଠାରୁ ଅନଲାଇନରେ ଉପଲବ୍ଧ ହେବ । ହାଇସ୍କୁଲ ପିଲାଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ୍ ଆଦି ଡିଜିଟାଲରେ ମିଳିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ବିଦ୍ୟାଳୟ ଶିକ୍ଷା ସଂସ୍କାର ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ଧରି ସାର୍ଟିଫିକେଟ ଡିଜିଟାଲାଇଜେସନ୍ ନେଇ ଅନେକ ଚର୍ଚ୍ଚା ହେଉଥିଲା । ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାର୍ଟିଫିକେଟ ମିସିଂ କିମ୍ବା ନଷ୍ଟ ହେବାର ଭୟ ରହୁଥିଲା । ନୂତନ ସାର୍ଟିଫିକେଟ ଆବେଦନ ପାଇଁ ଦୀର୍ଘସମୟ ଲାଗୁଥିଲା । ବର୍ତ୍ତମାନ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀ ନିଶ୍ଚିନ୍ତରେ ରହିବେ । ସାଂପ୍ରତିକ ସମୟରେ ସାର୍ଟିଫିକେଟର ଡିଜିଟାଇଜେସନ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ।