ରାଜଧାନୀରେ ପେଟ୍ରୋଲ-ଡିଜେଲ ଦର ୯୦ ଡେଇଁଲା

ଭୁବନେଶ୍ୱର (ଏସ୍ ନ୍ୟୁଜ): ପେଟ୍ରୋଲ-ଡିଜେଲ ଦର ହୁ ହୁ ହୋଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲଗାତାର ଆଜି ପୁଣି ତୈଳ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲ ୩୧ ପଇସା ଏବଂ ଡିଜେଲ ୩୩ ପଇସା ବଢ଼ିଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୦ ଡେଇଁଛି। ଦଶ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୩ ଟଙ୍କା ଏବଂ ଡିଜେଲ ଦର ସାଢ଼େ ୩ ଟଙ୍କା ମହଙ୍ଗା ହୋଇଯାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୬୦ ପଇସା ଏବଂ ଡିଜେଲ ଦର ୮୭ ଟଙ୍କା ୪୮ ପଇସାରେ ପହଞ୍ଚିଛି।