ବାରିପଦା(ସାକ୍ସୀ ନ୍ୟୁଜ୍): ଲାଲ ବଜାର ରାଜାଙ୍କ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ପାଇଁ ନୂତନ କମିଟି ଗଠନ। ବାରିପଦା ସହରର ପ୍ରତିଷ୍ଠିତ ପୁରାତନ ଲାଲବଜାର ରାଜା ଗଣେଶ ପୂଜା କମିଟି ପକ୍ଷରୁ ଚଳିତବର୍ଷର ପୂଜାକୁନେଇ ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଲବଜାର ସ୍ଥିତ ମା’ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦସ୍ୟ ମାନଙ୍କ ଉପସ୍ଥିତିରେ ପୂଜାର ପ୍ରସ୍ତୁତି ବାବଦରେ ଆଲୋଚନା ହୋଇଛି ।

ଚଳିତବର୍ଷ ପୂଜା ୧୮ ବର୍ଷରେ ପଦାର୍ପଣ କରୁଥିବା ବେଳେ କିପରି ଏହାକୁ ସରସସୁନ୍ଦର କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି। ସେପ୍ଟେମ୍ବର ମାସ ୧୪ ତାରିଖରେ ଗଣେଷ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ମାସକ ପୂର୍ବରୁ ପ୍ରସ୍ତୁତି ନେଇ ବୈଠକ ହୋଇଛି। ଚଳିତବର୍ଷ ଗଣେଷ ପୂଜାକୁ ମହାଆଡମ୍ବରରେ ପାଳନ କରାଯିବା ପାଇଁ ପୂଜା କମିଟି ଓ ଉପଦେଷ୍ଟା ମଣ୍ଡଳୀ ସର୍ବସମ୍ମତ କ୍ରମେ ସ୍ଥିରୀକୃତ ହୋଇଛି। ପୂଜା କମିଟିର ସଭାପତି ଭାବେ ଗଣେଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ନାଥ ସାହୁ, ଉପସଭାପତି ଭାବେ କାହ୍ନୁ ଚାରଣ ବେହେରା, ସମ୍ପାଦକ ପାର୍ଥ ସାରଥୀ ସ୍ୱାଇଁ, ସହ ସମ୍ପାଦକ ଦୀପକ ପଟ୍ଟନାୟକ ଓ ମୋହନ ଗୁପ୍ତା, କୋଷାଧ୍ୟକ୍ଷ ଅନନ୍ତ ସ୍ୱାଇଁ ସର୍ବସମ୍ମତିକ୍ରମେ ଚୟନ ହୋଇଛନ୍ତି। ସେହିପରି ଉପଦେଷ୍ଟା ମଣ୍ଡଳୀରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବରିଷ୍ଠ ଆଡଭୋକେଟ ବିଭୁ ପ୍ରସାଦ ଦାସ, ଆଡଭୋକେଟ ଜ୍ୟୋତିପ୍ରକାଶ ରଥ, ତିମିରକାନ୍ତି ଦାସ, ସରୋଜ ସାହୁ, ବିଭୂତି ଭୂଷଣ ଦାସ, କୌଶିକ ମୁଖାର୍ଜୀ, ରବୀନ୍ଦ୍ର ସ୍ୱାଇଁ, ସମରେନ୍ଦ୍ର ଘୋଷ, ମୋହନ ବୁର୍ଣୱାଲ, ମହେନ୍ଦ୍ର ରାୱତ, ବୃନ୍ଦାବନ ରାଉତ, ବିନୋଦ ଦାସ, ମନୋଜ ଷେଣ୍ଢ, କିଶୋର ସାହୁ, ଅରବିନ୍ଦ ନନ୍ଦ, ଦିଲ୍ଲୀପ କୁମାର ସାହୁ, ତପନ ବାରିକ ପ୍ରମୁଖ ରହିଛନ୍ତି ।
ଅନୁଷ୍ଠିତ ବୈଠକରେ ଲାଲବଜାର ରାଜା ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ପୂଜାର ତୋରଣ, ସାଜସଜ୍ଜା ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ। ସୂଚନା ଥାଉ କି, ବାରିପଦା ସହରର ଅନୁଷ୍ଠିତ ହେଉଥିବା ଗଣେଶ ପୂଜାମଣ୍ଡପ ମଧ୍ୟରେ ଲାଲବଜାର ମଣ୍ଡପର ବିଶେଷତ୍ୱ ରହିଥାଏ। ଏଠାରେ ପୂଜା ପାଉଥିବା ଗଣେଶଙ୍କ ସୁଉଚ୍ଚ ମୂର୍ତ୍ତିକୁ ଲାଲବଜାର ରାଜା ଭାବେ କହିଥାନ୍ତି। ଏଠାକାର ଘଟ ଉତ୍ତୋଳନ ଠାରୁ ଆରମ୍ଭ କରି ପୂଜାବିଧି, ପ୍ରସାଦ ବଣ୍ଟନ ଓ ବିସର୍ଜନରେ ସତନ୍ତ୍ରତା ରହିଛି ।