ମୋ ସରକାର ଓ ଜୀବନବିନ୍ଦୁର ରକ୍ତଦାନ ଶିବିର : ୧୧୬ ୟୁନିଟ୍‌ ସଂଗୃହୀତ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ଆଜି ମୋ ସରକାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଜଳେଶ୍ୱର ନିର୍ବାଚନଦ ମଣ୍ଡଳୀର ପଶ୍ଚିମବାର୍ଡ ପଂଚାୟତର ପାଳସାହିସ୍ଥିତ ସୁରେନ୍ଦ୍ରନାଥ ହାଇସ୍କୁଲ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।

ଦେବକୁମାରର ଚଣ୍ଡିମାତା କ୍ଲବର ଯୁବକ ମାନଙ୍କ ସହାୟତାରେ ଆଜି ଏପରି କାର୍ଯ୍ୟକ୍ରମକୁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଥାନା ଆଇଆଇସି ପର୍ଶୁରାମ ସାହୁ ମିଳିତଭାବେ ଉଦ୍‌ଘାଟନ କରି ସଂସାରରେ ରକ୍ତର ବିକଳ୍ପ ନ ଥିବାରୁ ଥାଲାସେମିଆ, ଗର୍ଭବତୀ ନାରି ଓ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନରକ୍ଷା ଲାଗି ଯୁବ ସମାଜ ରକ୍ତଦାନ କରିବାକୁ ଆଗେଇ ଆସିବା ଉଚିତ୍‌ବୋଲି ସେମାନେ କହିଥିଲେ

। ଜୀବନବିନ୍ଦୁ କାର୍ଯ୍ୟକ୍ରମର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସଂଯୋଜକ ମଧୁସୂଦନ ସେନାପତି, ଓଷ୍ଟା ଜଳେଶ୍ୱରର ସଭାପତି ସୁକୁମାର ମିଶ୍ରଙ୍କ ପ୍ରତ୍ୟେକ ତତ୍ୱାବଧାନରେ କ୍ଲବର ସଭାପତି ଅଶୋକ ବେହେରା, ସଂପାଦକ ରବିନ୍ଦ୍ର ଦଳେଇ, ସଚିନ୍ଦ୍ର ଦଳେଇ, ସନ୍ତୋଷ ବେହେରା, ମନୋଜ ବେହେରା, ଜଗବଂଧୁ ଜେନା, ବଂଶୀଧର ଜେନା, କାର୍ତ୍ତିକ ଜେନା, ବଂଶୀଧର ପ୍ରମାଣିକ, ଜୈନୁଲ ଆବେଦିନ, ଲକ୍ଷ୍ମଣ ଗିରି, ପଦ୍ମଲୋଚନ ବେହେରା, ମନ୍ମଥ ବେହେରା, ବରେନ୍ଦ୍ର ଦଳେଇ, ବୁଧଦେବ ମାଝି, ସୁକୁମାର ଦଳେଇ, ରଂଜନ ଦଳାଇ, ରାଜେନ୍ଦ୍ର ବେହେରା, ସୁରଥ ବେହେରା, ରଂଜନ ବେହେରା, ଜୟଦେବ ମିର୍ଦ୍ଧା, ହୃଦୟରଂଜନ ଦଳାଇ, ସୁକୁମାର ଦଳାଇ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରକ୍ତଭଣ୍ଡାରର ଡାକ୍ତର ମହେଶ ବିଶ୍ୱାଳ, ସହାୟକ ଦେବାଶିଷ ଦତ୍ତ, ଅକ୍ଷୟ ଜେନା, ସ୍ୱାତି ସୁଚରିତା ଜେନା, ବିନୋଦବିହାରି ଦାସ ପ୍ରମୁଖ ରକ୍ତସଂଗ୍ରହରେ ସହାୟତା କରିଥିଲେ ।