ମୋ ପୁଅର ମାସିକ କୋଟିଏ ଦରମା: ଅଭୟ ପାଠକ-shaksi news


ଭୁବନେଶ୍ୱର( ଏସ୍ ନ୍ୟୁଜ ): ମୋ ପୁଅର ମାସିକ ଦରମା କୋଟିଏ । ପୁଅ ମୋ ଟଙ୍କାରେ ଅୟସ କରୁନଥିଲା ସେ ନିଜେ ଆୟ କରୁଥଲା ବୋଲି କହିଛନ୍ତି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟ ପାଠକ ।

ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ୍ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ସମୟରେ ଅଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋ ପୁଅର ମାସିକ କୋଟିଏ ଟଙ୍କା ଦରମା ବୋଲି କହିଛନ୍ତି । ଏଥିସହ କିଛି ଠକେଇ ହୋଇନି ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ମିଛ ଅଟେ ଏଥିରେ କୌଣସି ଯଥାର୍ଥତା ନାହିଁ। ବିଭାଗରେ ଥାଇ ମୁଁ କୌଣସି ଅର୍ଥ ହଡ଼ପ କରିନାହିଁ ବୋଲି ପାଠକ କହିଛନ୍ତି ।

ଏଠାରେ ସୂଚନାଥାଉକି ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଗତ ଦୁଇ ଦିନ ତଳେ ଭିଜିଲାନ୍ସ ଚଢ଼ାଇ କରିଥିଲା । ଭୁବନେଶ୍ୱରର ୫ଟି ଏବଂ ମୁମ୍ବାଇ ଓ ପୁଣେର ୭ଟି ସ୍ଥାନ ସମେତ ୧୩ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଖାଲି ସେତିକି ନୁହେ ଅଭୟକାନ୍ତଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି । ଗ୍ୟାରେଜରେ ଗୋଟିଏ ପରେ ଗୋଟିଏ ଦାମୀ ଗାଡ଼ି, ଆଲିସାନ୍ ଫ୍ଲାଟ୍ ଆଉ ଫାର୍ମ ହାଉସ୍ ସଂପର୍କୀୟ ଓ ଡ୍ରାଇଭର୍ଙ୍କ ନାଁରେ ବି ଠୁଳ ହୋଇଛି କଳାଟଙ୍କା।କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ପାଠକ ।

ସେପଟେ ପୁଅ ଆକାଶ ପାଠକଙ୍କ କଳା କାରନାମା ବିରୋଧରେ ପୂର୍ବରୁ ସଙ୍ଗୀନ ଅଭିଯୋଗ ଆସି ଥିଲା । ପୁଅ ଆକାଶ ବିରୋଧରେ କ୍ରାଇମଂବ୍ରାଞ୍ଚରେ ଠକେଇ ଓ ଜାଲିଆତି ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସି ଥିଲା । ଏନେଇ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ପତ୍ର ଲେଖି ଫେରାଦ ହୋଇ ଥିଲା ଟାଟା ମୋଟର୍ସ । ଏପରିକି ଆକାଶଙ୍କ ବିରୋଧରେ ଗତ ୧୮ ମେ’ରେ ମଧ୍ୟ ଏଫଆଇଆର ରୁଜୁ ହୋଇ ଥିଲା ।