ବାବୁଲିକୁ ଘଣ୍ଟ ଘୋଡ଼ାଉଛନ୍ତି ଅରୁଣ ସାହୁ: ସୌମ୍ୟରଂଜନ shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ତାଙ୍କ ବିସ୍ପୋରକ ବୟାନ ଦେଇଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ। ସେ କହିଛନ୍ତି, ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲିକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡ଼ାଉଛନ୍ତି।

ତେବେ ବାବୁଲି ଉପସ୍ଥିତିରେ ପରୀର ବାପା ଏବଂ ମାଙ୍କୁ ମାଡ଼ ମରା ଯାଇଥିଲା। ଏନେଇ ମୁଁ ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୋନ୍ କରି ଜଣାଇଥିଲି। ମନ୍ତ୍ରୀ କହିଥିଲେ ସେ ନୟାଗଡ଼ରେ ନାହିଁ ତାଙ୍କ ପାଖରେ ଅଛି। କିନ୍ତୁ ସେତେବେଳକୁ ବାବୁଲି ଘଟଣା ସ୍ଥଳରେ ଥିବା ପ୍ରମାଣ ଦେଇଥିଲି। ଏ ସବୁଥିରୁ ସ୍ପଷ୍ଟ ହେଉଛି ଯେ ବାବୁଲିକୁ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଥିଲେ। ଏପରିକି ପରୀ ହତ୍ୟା ଘଟଣାରେ ଚୂଳରୁ ମୂଳ ଯାଏ ସଂପୃକ୍ତ ଅଛନ୍ତି ମନ୍ତ୍ରୀ । ଏହାକୁ ନେଇ ମୁଁ ମୁହଁ ଖୋଲିବାରୁ ବିଭିନ୍ନ ପ୍ରକାର ଧମକ ମିଳୁଛି। ଯଦି ମୋର କିମ୍ବା ମୋ ପରିବାରର କିଛି ହୁଏ ସେଥିପାଇଁ ମନ୍ତ୍ରୀ ଅରୁଣ ସାହୁ ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ସୌମ୍ୟ କହିଛନ୍ତି।

ସବୁଠାରୁ ବଡ଼କଥାହେଲା, କ’ଣ ପାଇଁ ୫ ବର୍ଷର କୁନି ଝିଅକୁ ଅପହରଣ କରି ହତ୍ୟା କରାଯିବ ? ଅଙ୍ଗ ତସ୍କରୀ ପାଇଁ ପରୀକୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। କୌଣସି ବଡ଼ ଲୋକଙ୍କ ଠାରେ ପରୀର ଅଙ୍ଗ ଲଗାଯାଇଥାଇପାରେ ଵୋଲି ସେ ସନ୍ଦେହ କରୁଛନ୍ତି ।

ଏହାସହ ସୌମ୍ୟ ନୟାଗଡ଼ ଏସ୍‌ପିଙ୍କ ବିରୋଧରେ ମଧ୍ୟ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପରୀ ହତ୍ୟା ଘଟଣାକୁ ନେଇ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଏକ ରାସ୍ତାରୋକ କରାଯାଇଥିଲା। କିନ୍ତୁ ଏଥିପାଇଁ ଏସ୍‌ପି ମୋତେ ଦୋଷାରୋପ କରିଥିଲେ ଆଉ ଏଥିରୁ ଓହରି ଯିବାକୁ ମୋତେ କହିଥିଲେ।
ସୂଚନାଯୋଗ୍ୟ, ପରୀର ବାପାମା’ଙ୍କ ଆତ୍ମାହୁତି ଉଦ୍ୟମ ପରେ ଏକ ଅଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ମନ୍ତ୍ରୀ ଅରୁଣ ସାହୁ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ସହ କଥା ହେଉଥିଲେ। ସୌମ୍ୟଙ୍କ ପ୍ରରୋଚନାରେ ପରୀର ବାପାମା’ ତାଙ୍କୁ ଏହି ଘଟଣାରେ ପୂରାଉ ଥିବା ମନ୍ତ୍ରୀ ଅରୁଣ ସାହୁ କହୁଥିବାର ଶୁଣିବାକୁ ମିଳିଥିଲା। ଯାହାଉ ତୁ ବନ୍ଦ କର ନହେଲେ ଆଗକୁ କିଛି ସମ୍ପର୍କ ରହିବନି ବୋଲି ମନ୍ତ୍ରୀ ଧମକ ଦେଇଥିଲେ ।

ଅନ୍ୟପଟେ ପ୍ରସଙ୍ଗରେ ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହା ଗୋଟିଏ ଛୋଟ ଅଘଟଣ। ପରବର୍ତ୍ତୀ ସମୟରେ ପୁଲିସ୍ ଏହାକୁ ହତ୍ୟା ବୋଲି କହିଛି। ସେଥିରେ କାହାରି ସଂପୃକ୍ତି ଅଛି କି ନାହିଁ ତଦନ୍ତରୁ ଜଣାପଡ଼ିବ। ଏହାକୁ ନେଇ ବିରୋଧୀ ଦଳ ଗୃହକୁ ଅଚଳ କରି ରଖିବାର କିଛି କାରଣ ନାହିଁ।