ମେ’ରେ ବେଶୀ ଖରା କମ୍‌ ବର୍ଷା

ଭୁବନେଶ୍ୱର: ଏଥର ମେ’ ମାସରେ ସ୍ବାଭାବିକଠାରୁ ହେବ ଅଧିକ ତାତି । ଓଡ଼ିଶା ସମେତ ୧୦ ରାଜ୍ୟରେ ଅଧିକ ରହିବ ଗ୍ରୀଷ୍ମ ତାତି । ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ୟୁପି, ଉପକୂଳ ଆନ୍ଧ୍ର ତାତିବ । ଏହା ସହ ଉତ୍ତର ଛତିଶଗଡ଼, ମଧ୍ୟପ୍ରଦେଶ, ତେଲଙ୍ଗାନା ଓ ଗୁଜରାଟ ବି ତାତିବ । ମେ ମାସରେ ତାପମାତ୍ରା ଓ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆକଳନ ଅନୁସାରେ, ମେ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ।

ଏହି ସମୟରେ ବର୍ଷାର ହାରାହାରି ପରିମାଣ ୯୧ରୁ ୧୦୯ ପ୍ରତିଶତ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେ ୨ ତାରିଖ ଯାଏ କାଳବୈଶାଖ ପ୍ରଭାବ ରହିବ । ଏନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।