ନିମାପଡା ବିଜ୍ଞାପିତ ଅଂଚଳ ପରିଷଦକୁ Animal ଆମ୍ବୁଲାନ୍ସ ଦେଲା ନାଲକୋ

ବୁଧବାର ଦିନ ନାଲକୋର CSR କାର୍ଯ୍ୟକ୍ରମ ଅଧୀନରେ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏକ ଆନିମଲ୍ ଆମ୍ବୁଲାନ୍ସ (Animal Ambulance) ପାଇଁ ୪୪.୫୦ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ ଯୋଗାଇ ଥିବାରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନାଲକୋର CMD ସମେତ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

ସେ କହିଛନ୍ତି, ଏହା ଦ୍ବାରା ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ତ୍ୱରାନିତ ହେବା ସହ ପଶୁପାଳକଙ୍କ ଜରୁରୀ କାଳୀନ ପରିସ୍ଥିତିରେ ପଶୁଙ୍କ ପାଇଁ ଉଦ୍ଧିଷ୍ଟ ଆମ୍ବୁଲାନ୍ସ କାମରେ ଲାଗିବ ।