ଆଶାକର୍ମୀଙ୍କୁ ଭୁତାଇଛନ୍ତି ନବୀନ ସରକାର

ଆଶାକର୍ମୀଙ୍କୁ ଲେବର୍‌ କମିଶନ୍‌ ଅଫ୍‌ ଓଡ଼ିଶା ନିର୍ଦ୍ଧାରିତ ମଜୁରୀ ଦିଆଯାଉଛି ତ? ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଆଚାର୍ଯ୍ୟ ଧର୍ମରାଜ । ଯାହାର ଜବାବ ଫାଇଭ୍‌-ଟି ମୁଖ୍ୟ ଭିକେ ପାଣ୍ଡିୟାନଙ୍କ ନିକଟରେ ରହିଛି ।
ପାଣ୍ଡିୟାନ ଜିଲ୍ଲାରୁ ଜିଲ୍ଲାକୁ ଗସ୍ତ କରି ଜନତାଙ୍କ ନିକଟରୁ ଅଭିଯୋଗ ଗ୍ରହଣ କରୁଥିବା ସମୟରେ ଆଶାକର୍ମୀମାନେ ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ଜଣାଇଥିଲେ । ତା’ ପୂର୍ବରୁ ଆଶାକର୍ମୀଙ୍କ ଦୟନୀୟ ସ୍ଥିତି ସଂପର୍କରେ ନବୀନ ସରକାର ଆଦୌ ଜାଣି ନଥିଲେ ।

ପାଣ୍ଡିୟାନ ମାସକୁ ସାଢେ଼ ଚାରି ହଜାର ଟଙ୍କା ପାରିଶ୍ରମିକ ନେଇ ତାଙ୍କ ପରିବାର ଚଳାଇ ପାରିବେ କି? ଆଶାକର୍ମୀଙ୍କୁ ଲେବର କମିଶନଙ୍କ ଦୃଷ୍ଟିରେ କୋଉ ମଜୁରିଆ କ୍ୟାଟେଗୋରୀରେ ରଖାଯାଇଛି, ସେ ସଂପର୍କରେ ପାଣ୍ଡିୟାନ ସ୍ପଷ୍ଟ ସୂଚନା ପ୍ରଦାନ କରିବେ କି?

୨୦୨୨ ମସିହା ଅକ୍ଟୋବର ମାସରେ ଲେବର କମିଶନଙ୍କ ଲେଟର ନମ୍ବର ୬୦୭୮ ବିଜ୍ଞପ୍ତି ଅନୁସାରେ ଦକ୍ଷ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୮୩ ଟଙ୍କା, କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୨୩ ଟଙ୍କା, ଅର୍ଦ୍ଧକୁଶଳୀ କାରିଗରଙ୍କ ଦୈନିକ ମଜୁରୀ ୩୭୩ ଟଙ୍କା, ଅଣକୁଶଳୀ କାରିଗରଙ୍କ ଦୈନିକ ମଜୁରୀ ୩୨୩ ଟଙ୍କା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିରେ ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀମାନେ କୋଉ ଶ୍ରମିକ ଭାବେ ବିବେଚିତ ହେଉଛନ୍ତି ଓ ସେମାନଙ୍କ ନିୟମିତ ମଜୁରୀ କେତେ ହେବା ଦରକାର; ସେ ସଂପର୍କରେ ଆଶାକର୍ମୀ ମହାସଂଘ ଅବଗତ ଅଛି ତ?

‘କାନ୍ଦୁଥିବ ଯାହା ପାଉଥିବ ବାନ୍ଧୁଥିବ’ ନୀତିରେ ରାଜ୍ୟର ଆଶାକର୍ମୀଙ୍କ ନିକଟରେ ଅନ୍ୟ ବିକଳ୍ପ ନଥିବାରୁ ସେମାନେ ଆପାତତଃ ବିଜେଡି ସରକାରଙ୍କ ସଂଶୋଧିତ ଦରମା ହାରକୁ ସ୍ୱୀକାର କରିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଶ୍ରମ ଆୟୋଗ ନିର୍ଦ୍ଧାରିତ ମଜୁରୀ ତାଲିକା ଭିତରୁ ଜଣେ ଆଶାକର୍ମୀଙ୍କ ଦୈନିକ ମଜୁରୀ ଅତି କମରେ ୩୨୩ ଟଙ୍କା ହେବା ଦରକାର । ସେହି ଦୃଷ୍ଟିରୁ ସେମାନଙ୍କ ମାସିକ ଦରମା ୯ ହଜାର ୫୦୦ ଟଙ୍କାରୁ ଅଧିକ । କିନ୍ତୁ ରାଜ୍ୟର ବିଜେଡି ସରକାର ଆଶାକର୍ମୀଙ୍କ ମାସିକ ଦରମା ୭ ହଜାର ନିର୍ଦ୍ଧାରିତ କରିଛନ୍ତି ।

ଏ ପ୍ରକାର ଅବିଚାର କାହିଁକି? ଏ ପ୍ରଶ୍ନ କରିଛନ୍ତି ଆଚାର୍ଯ୍ୟ ଧର୍ମରାଜ ।
କେବଳ ମନ୍ତ୍ର ତନ୍ତ୍ର ଯନ୍ତ୍ର କି ଜ୍ୟୋତିଷ ଶାସ୍ତ୍ର ଉପରେ ନୁହେଁ । ଚାଣକ୍ୟଙ୍କ ଭଳି ପ୍ରତିଟି ଦିଗରେ ପାଣ୍ଡିତ୍ୟ ଅର୍ଜନ କରିଥିବା ଆଚାର୍ଯ୍ୟ ଧର୍ମରାଜ କହିଛନ୍ତି, ରାଜ୍ୟ ସରକାର ସାଢେ଼ ଚାରି କୋଟି ଲୋକଙ୍କୁ ନାନା ଉପାୟରେ ଲୁଟି ଚାଲିଛନ୍ତି । ସେଥିରୁ ଆଶାକର୍ମୀମାନେ ବାଦ୍‌ ପଡ଼ିବେ କେମିତି?

ବିଜେଡି ସରକାରଙ୍କ ଦୁଇମୁଣ୍ଡିଆ ନୀତି ରାଜ୍ୟର ଶ୍ରମିକମାନଙ୍କ ଭାଗ୍ୟ ପାଇଁ ଅଭିଶାପ ପାଲଟିଛି । ସଂଗଠିତ କ୍ଷେତ୍ର ହେଉ କି ଅଣସଂଗଠିତ କ୍ଷେତ୍ର । ପ୍ରତିଟି କ୍ଷେତ୍ରରେ ଦିନ ମଜୁରିଆ ଶୋଷିତ ହେଉଛନ୍ତି । ରାଜ୍ୟର ବିଜେଡି ସରକାର ସବୁ ଦେଖି ନିରବ ରହୁଛନ୍ତି; ନିର୍ବାଚନ ବେଳକାଳ ଉଣ୍ଡି ଶସ୍ତା ରାଜନୀତି ଖେଳୁଛନ୍ତି ବୋଲି ଆଚାର୍ଯ୍ୟ ଧର୍ମରାଜ ଅଭିଯୋଗ କରିଛନ୍ତି ।