ନାଗରିକତା ସଂଶୋଧନ ଆଇନ ଲାଗୁ ପରେ ପ୍ରତିବାଦର ଶିକାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିଛନ୍ତି । ନିର୍ବାଚନ କମିଶନ ପକ୍ଷରୁ ଆଚରଣ ବିଧି ଲାଗୁ ପୂର୍ବରୁ ସାରାଦେଶରେ ସିଏଏ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ କେରଳ ଓ ପାଚିମବଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚାରିବର୍ଷ ତଳୁ ନାଗରିକତା ସଂଶୋଧନ ଆଇନ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ।

ସଂଶୋଧିତ ନାଗରିକତା ଆଇନ ବଳରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ସଂଖ୍ୟାଲଘୁ ଭାବେ ବିବେଚିତ ହିନ୍ଦୁ, ଶିଖ, ଜୈନ, ବୁଦ୍ଧ, ପାର୍ସି ଓ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ପରିବାର ନିର୍ଯାତନାର ଶିକାର ହୋଇ ଭାରତକୁ ପଳାଇ ଆସିଲେ, ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବା ସହିତ ସ୍ଥାୟୀ ବସବାସର ସୁବିଧା ଦିଆଯିବ । କେବଳ ମୁସଲିମ ପରିବାରକୁ ନାଗରିକତା ପ୍ରଦାନ ସୁବିଧା ଦିଆଯାଇନି ।

ସଂଶୋଧିତ ନାଗରିକତା ଆଇନକୁ କେନ୍ଦ୍ର କରି ବିରୋଧୀ ଦଳଗୁଡ଼ିକ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିଥିଲେ ମଧ୍ୟ କ୍ଷମତାସୀନ ମେଂଟ ଦୃଢ଼ତାର ସହିତ ସବୁ ପ୍ରତିବାଦକୁ ଫିକା କରି ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମତରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ପ୍ରଭୃତି ମୁସଲିମ ରାଷ୍ଟ୍ର ହୋଇଥିବାରୁ ସେମାନଙ୍କ ନିର୍ଯାତନା ପ୍ରତି ଭାରତ ସରକାର ଗୁରୁତ୍ୱ ଦେବାକୁ ଉଚିତ ମଣିନାହାନ୍ତି ।

ସୂଚନା ଥାଉକି, ତାମିଲନାଡୁ ସରକାର ଉକ୍ତ ଆଇନ୍କୁ କାର୍ଯ୍ୟ କାରୀ କଳରିବା ପାଇଁ ମନ କରିଦେଇଛନ୍ତି ।