ନବୀନଙ୍କ ପଞ୍ଚମ ପାଳି ମନ୍ତ୍ରୀ ମଣ୍ଡଳର ଶପଥ ପାଠ ଗ୍ରହଣ ଓ ବିଭାଗ ବଣ୍ଟନ

Odisha News Naveen’s fifth term in office was administered by the swearing-in and distribution of departments

ଭୁବନେଶ୍ୱର,ସାକ୍‌ସୀ ନ୍ୟୁଜ୍‌ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଲୋକସେବା ଭବନର କନଭେନସନ୍ ହଲରେ ସମସ୍ତ ନୂତନ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ଏହି କାର୍ଯ୍ୟକ୍ରମ​‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ପ୍ରଥମେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଥିଲେ । ଜଗନ୍ନାଥ ସାରକା ହେଉଛନ୍ତି ବିଷମକଟକର ବିଧାୟକ । ସେ ଜଣେ ଟାଣୁଆ ନେତା ହୋଇଥିବାରୁ ତାଙ୍କୁ ଦଳ ପ୍ରଥମେ ଶପଥ ନେବାର ସୁଯୋଗ ଦେଇଛି ।

ଶପଥ ପାଠ ପରେ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଜଗନ୍ନାଥ ସାରକାଙ୍କୁ ଆଦିବାସୀ କଲ୍ୟାଣ ଓ ଆଇନ୍‌ ବିଭାଗ ଦିଆଯାଇଛି । ସେହିପରି ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ଓ ରଣେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କୁ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ପ୍ରମିଳା ମଲ୍ଲିକଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମିଳିଛି । ଉଷା ଦେବୀଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିଭାଗ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି ଓ ଇସ୍ପାତ, ପୂର୍ତ୍ତ ବିଭାଗ ଦିଆଯାଇଛି । ପ୍ରତାପ ଦେବଙ୍କୁ ଶିଳ୍ପ, ଏମଏସଏମଇ ଓ ଶକ୍ତି ବିଭାଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅତନୁ ସବ୍ୟସାଚୀ ନାୟକଙ୍କୁ ଯୋଗାଣ ଓ ସମବାୟ ବିଭାଗ ଦିଆଯାଇଛି । ପ୍ରଦୀପ ଅମାତଙ୍କୁ ମୁଖ୍ୟମନ୍ତ୍ରୀ ୩ଟି ଦାୟିତ୍ୱବାନ୍‌ ବିଭାଗ ଦେଇଛନ୍ତି। ପ୍ରଦୀପଙ୍କୁ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିଛି।

ନବକିଶୋର ଦାସଙ୍କ ଉପରେ ପୂର୍ବ ପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ରହିଛି । ଟୁକୁନି ସାହୁଙ୍କୁ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମିଳିଛି । ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସଂଯୋଜନା । ଅଶ୍ୱିନୀ କୁମାର ପାତ୍ରଙ୍କୁ ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି ଏବଂ ଅବକାରୀ ବିଭାଗ ଦିଆଯାଇଛି । ନୂଆକରି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଗ୍ରାମୀଣ ବିକାଶ, ଦକ୍ଷାତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦିଆଯାଇଛି । ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ ବିଭାଗ ମିଳିଛି । ତୁଷାରକାନ୍ତି ବେହେରାଙ୍କୁ କ୍ରୀଡ଼ା ଓ ଯୁବସେବା, ପ୍ରଯୁକ୍ତି ଓ ସୂଚନା ବିଭାଗ ମିଳିଥିବା ବେଳେ ପୂର୍ବରୁ ମଧ୍ୟ ସେ କ୍ରୀଡ଼ା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଜ୍ଞାନ ଓ କାରିଗରୀ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦିଆଯାଇଛି । ସେହିପରି ସମୀର ରଞ୍ଜନ ଦାଶଙ୍କ ଉପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା କରିଛନ୍ତି । ଗଣଶିକ୍ଷା ବିଭାଗକୁ ପୁଣି ଥରେ ସମୀରଙ୍କୁ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ଅଧୁରା ଥିବା କାମକୁ ପୂରଣ କରିବାକୁ ସମୀରଙ୍କ ଉପରେ ଭରସା କରିଛି ଦଳ । ଅଶ୍ୱିନୀ କୁମାର ପାତ୍ରଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ଓ ଅବକାରୀ ବିଭାଗ ମିଳିଛି । ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଦିଆଯାଇଛି । ସେହିପରି ରୀତା ସହୁଙ୍କୁ ହସ୍ତତନ୍ତ, ବୟନଶିଳ୍ପ ଦିଆଯାଇଛି । ଏହା ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ । ନବୀନଙ୍କ ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳରେ ବାସନ୍ତି ହେମ୍ୱ୍ରମଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଦେଇଛନ୍ତି ସରକାର ।