ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ଏକ କାଳୀନ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା

For the first time in the politics of Odisha..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ଏକ କାଳୀନ ସମସ୍ତ ମନ୍ତ୍ରୀ ଆନ୍ଧ୍ର ଢାଞ୍ଚାରେ ଇସ୍ତଫା ଦେଇଥିଲେ । ମନ୍ତ୍ରୀମଣ୍ଡଳରୁ ବହୁ ହାଇପ୍ରୋଫାଇଲ ନେତା ବାଦ ପଡ଼ିବା ଚର୍ଚ୍ଚାର ବିଷୟ । ନବୀନଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ଆରମ୍ଭରୁ ମନ୍ତ୍ରୀମଣ୍ଡଳ ନବକଳେବର କଲେ ମୁଖ୍ୟମନ୍ତ୍ରୀ । ପ୍ରଥମଥର ପାଇଁ ଆନ୍ଧ୍ର ଢାଞ୍ଚାରେ ସମସ୍ତ ମନ୍ତ୍ରୀମାନେ ଏକ ସାଙ୍ଗରେ ଇସ୍ତଫା ଦେଇଥିଲେ । ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ଏକକାଳୀନ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ନବୀନ ସବୁବେଳେ ମାଷ୍ଟର ଷ୍ଟ୍ରୋକ ଖେଳିଆସିଛନ୍ତି ଚଳିତଥର ମଧ୍ୟ ଅନୁରୂପ ନିଷ୍ପତ୍ତି ଦେଖିବାକୁ ମିଳିଲା ।

ସେହିପରି ୨୧ ମନ୍ତ୍ରୀମାନଙ୍କ ମଧ୍ୟରୁ ୧୩ କ୍ୟାବିନେଟ ଏବଂ ୮ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । ତେବେ ମନ୍ତ୍ରୀମଣ୍ଡଳରୁ ବହୁ ହାଇପ୍ରୋଫାଇଲ ନେତା ବାଦ ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି ।
ହାଇ ପ୍ରୋଫାଇଲ ନେତା କୁହାଯାଉଥିବା ପ୍ରତାପ ଜେନାଙ୍କୁ ଏଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିନାହିଁ । ସେହିଭଳି ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କୁ ମଧ୍ୟ ପୁନର୍ବାର ମନ୍ତ୍ରୀପଦ ମିଳି ପାରିନାହିଁ । ଏହିସବୁ ନେତାଏ ବିଭିନ୍ନ ବାଦବିବାଦରେ ଛନ୍ଦି ହୋଇ ପଡିଥିବାରୁ ବୋଧ ହୁଏଁ ମୁଖ୍ୟମନ୍ତ୍ରୀ ଏମାନଙ୍କ ଉପରେ ଆଉ ବିଶ୍ବାସ କରି ପାରିନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସେପଟେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ରଘୁନନ୍ଦନ ଦାଶଙ୍କୁ ମଧ୍ୟ ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ । ସେପଟେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ରଘୁନନ୍ଦନ ଦାଶଙ୍କ ପାରିବାପଣିଆ ଉପରେ ପାରିବା ପଣିଆ ମୁଖ୍ୟ ମନ୍ତ୍ରୀ ଆସ୍ଥା ପ୍ରକଟ କରି ପାରିନଥିବା ଆଲୋଚନା ହେଉଛି । ତେବେ ଆଲୋଚ୍ୟର ବିଷୟ ଏହି ସବୁନେତାଙ୍କୁ ସାଙ୍ଗଠନିକ ଦାୟିତ୍ବ ମିଳିପାରେ ବୋଲି ଜଣାପଡୁଛି। ଦାଗି, ଅପାରଗ ଏବଂ ବିଶୃଙ୍ଖଳିତ ମନ୍ତ୍ରୀ ମାନଙ୍କୁ ବାଦ୍‌ ଦେଇ ସେମାନଙ୍କ ଦକ୍ଷତା ଅନୁଯାୟୀ ସାଙ୍ଗଠନିକ ଦାୟିତ୍ବରେ ନିୟୋଜିତ କରିପାରନ୍ତି ନବୀନ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଚକ୍‌ମା ଦେବାକୁ ନବୀନ ଭିନ୍ନ ରଣନୀତି ଆପଣାଇଛନ୍ତି । ଗତଥର ଅପେକ୍ଷା ଏଥର ୫ ମହିଳାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ତନ୍ମଧ୍ୟରୁ ୩ ଜଣ କ୍ୟାବିନେଟ ଓ ୨ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ) ପାହ୍ୟାର ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ସମ୍ପୂର୍ଣ୍ଣ ଅନଭିଜ୍ଞ ନେତା । ସେହିପରି ୧୨ ଜଣ ନୂଆମନ୍ତ୍ରୀଙ୍କୁ ନୂଆ ବିଭାଗ ଦିଆଯାଇଛି ।

ଅନ୍ୟପକ୍ଷରେ ବିଜେଡିର ସୁପର-ସୋନିକ ହାଇପ୍ରୋଫାଇଲ ବିଧାୟକ ମାନଙ୍କ ମଧ୍ୟରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଶଶୀଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ ଏବଂ ଅନ୍ୟମାନେ ଏମାନଙ୍କୁ ନବୀନଙ୍କ ନୂତନ ଟିମ୍‌ରେ ସ୍ଥାନ ମିଳିଲାନାହିଁ । ତେବେ କିଛି ଜିଲ୍ଲା ମଧ୍ୟ ମନ୍ତ୍ରୀ ଶୂନ୍ୟ ହୋଇ ରହିଗଲା । ନୟାଗଡ଼, କେନ୍ଦୁଝେର, ସୁନ୍ଦରଗଡ଼, ଅନୁଗୋଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଭଦ୍ରକ, ଜଗତସିଂହପୁର, ଗଜପତି ଏବଂ ଫୁଲବାଣୀ ଜିଲ୍ଲାରୁ ମନ୍ତ୍ରୀମଣ୍ଡଳରେ କେହି ସ୍ଥାନ ପାଇନାହାନ୍ତି । ତେବେ ମନ୍ତ୍ରୀପଦ ପାଇନଥିବା ନେତାଙ୍କୁ ସାଙ୍ଗଠନିକ କ୍ଷେତ୍ରରେ ବଡ଼ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚାର କନ୍ଦ୍ରବିନ୍ଦୁ ପାଲଟିଛି !