ମୋ ଭାଇକୁ ରକ୍ଷା କରନ୍ତୁ….shaksi news

ନୟାଗଡ (ଏସ୍ ନ୍ୟୁଜ ): ମୋତେ ବାଡ଼ଉଥିବାରୁ ମୁଁ ବାଧ୍ୟ ହୋଇ ତାଙ୍କୁ ହଁ କରିଛି। ତାଙ୍କୁ ମିଛରେ ଫସାଇ ଦିଆଯାଇଛି। ପୁଲିସଠାରୁ ମୋଭାଇଙ୍କୁ ରକ୍ଷାକରନ୍ତୁ ବୋଲି ପରି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସାଜିଥିଵା ସରୋଜ ସେଠୀଙ୍କ ଭଉଣୀ ଗଣମାଧ୍ୟମରେ ନେହୁରା ହୋଇ କହିଛନ୍ତି। ଯଦି ସେ ଦୋଷ କରିଥିବ ସତରେ ସେ ମରି ଯାଉ। ହେଲେ ସେ ଯେତେବେଳେ କହୁଛି ମୁଁ ମାରିନି। ମୋତେ ପୁଲିସ ବିନା ଦୋଷଷରେ ବାଡ଼ଇଏବି ସହ କାହିଁକି ତାକୁ ବଁଦ୍ଧି ନେଇଛି ବୋଲି ଅଭିଯୋଗ କରିଛନ୍ତି ।

ସେପଟେ ଦୁଷ୍କର୍ମ ଯୋଗୁଁ ପରୀକୁ ହତ୍ୟା କରାଯାଇଛି। ଘଟଣାରେ ଗିରଫ ବ୍ୟକ୍ତି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ପଚରାଉଚରା ସମୟରେ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।” ପରୀ ହତ୍ୟା ମାମଲାକୁ ନେଇ ଆଜି ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗତ ୧୦ ଦିନ ହେଲା ଲଗାତାର ଆମେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ଯଦୁପୁରସ୍ଥିତ ନିଜ ଘରକୁ ନିଆଯାଇଥିବା ଜଣାଯାଇଛି।ଆଉ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ପରୀ ଶରୀରର କିଛି ହାଡ଼ ପଡ଼ିଥିବା ପୋଖରୀକୁ ଶୁଖାଯିବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।