ନୂଆ କରୋନା ଆକ୍ରାନ୍ତ ଚିହ୍ନଟ:୨୩ ଜିଲ୍ଲାରୁ୧୩୦

ରାଜ୍ୟରେ ୧୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦, ବରଗଡ଼ରୁ ୧୩, ଭଦ୍ରକରୁ ଜଣେ, କଟକରୁ ୭, ଦେବଗଡ଼ରୁ ୪, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୫, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୬, କୋରାପୁଟରୁ ୪, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୩, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୪, ସମ୍ବଲପୁରରୁ ୧୦ ଓ ସୁନ୍ଦରଗଡ଼ରେ ୧୪ ଜଣ ଚିହ୍ନଟ ହୋଇଛନ୍ତି।

 ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୪ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।