ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ସକାଳେ ୧ଲକ୍ଷ ୪୯ହଜାର ୭୬୦ ଡୋଜ୍ କୋଭିଡ ଟିକା ଭୁବନେଶ୍ୱରରେ ପହଞ୍ଚିଛି ଟିକାକରଣ ଆଗକୁ ଆହୁରି ଭଲ ହେବ। ସମସ୍ତଙ୍କର ଟିକାକରଣ କରିବାକୁ ଚେଷ୍ଟା କରାଯିବ। ଗତକାଲି ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଟିକାକରଣ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ସୂଚନା ଦେଇଛନ୍ତି। ୨୨୧ସେସନସାଇଟରେ୨୦୩୩୦ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ରାଜ୍ୟରେ ଟିକାକରଣ ସଫଳ ଭାବେ ଚାଲିଛି ଏବଂ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ସହ ଓଡ଼ିଶା ତୃତୀୟ ସ୍ଥାନରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।