ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ ଏସ ମୁରଲୀଧର

ଭୁବନେଶ୍ୱର (ଏସ୍ ନ୍ୟୁଜ ): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯଷ୍ଟିଶ ଡ଼ ଏସ ମୁରଲୀଧର ରାଜଭବନରେ ଆୟୋଜିତ ଉତ୍ସବରେ ନେଲେ ଶପଥ । ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେସୀଲାଲ ଶପଥ ପାଠ କରାଇଲେ । ଶପଥ ପାଠ ଉତ୍ସବରେ ଆଇନି ମନ୍ତ୍ରୀ ପ୍ରତାପ ଜେନା ,ବିରୋଧୀ ଦଳର ନେତା ପ୍ରଦୀପ ନାୟକ, ପୋଲିଶ ମୁଖ୍ୟ ଡିଜିପି ଅଭୟ ,ଗୃହ ବିଭାଗ ସଚିବ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।