ବିଭିନ୍ନ ଛକରେ ପୋଲିସର ଧରପଗଡ

ଭୁବନେଶ୍ୱର (ଏସ୍ ନ୍ୟୁଜ ): ରାଜଧାନୀ ଭୁବନେଶ୍ୱର ରେ ଆରମ୍ଭ ହୋଇଛି ହେଲମେଟ ଚେକିଂ । ବିଭିନ୍ନ ସ୍ଥାନରେ ପୁଲିସ ଡବଲ ହେଲମେଟ ପିନ୍ଧିନଥିବା ଲୋକଙ୍କୁ ଅଟକାଉଛନ୍ତି । ଯେଉଁ ଗାଡିରେ ଦୁଇ ଜଣ ଯାଉଛନ୍ତି, ଆଉ ଦୁଇଜଣ ହେଲମେଟ ପିନ୍ଧିନାହାନ୍ତି ସେମାନଙ୍କୁ ଅଟକାଇ ଫାଇନ ଆଦାୟ କରାଯାଉଛି ।
ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ । ଜାନୁଆରୀ ପହିଲାରୁ ହେଲମେଟ ଚେକିଂକୁ କଡାକଡି କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲା ପରିବହନ ବିଭାଗ ।