ଓଟିଇଟି ପରୀକ୍ଷା ୨୦୨୨ ଆବେଦନ ତାରିଖ ଘୋଷଣା

ପ୍ରତି ପ୍ରଶ୍ନ ପତ୍ରରେ ଦୁଇଟି ଭାଷା ରହିବ…..

ଭୁବେନଶ୍ୱର : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୧୦ରୁ ୧୯ ତାରିଖ ମଧ୍ୟରେ ପରିକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏଥିପାଇଁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.inରେ ସମସ୍ତ ତଥ୍ୟ ଉପଲ୍‌ବ୍ଧ ରହିଛି । ପରୀକ୍ଷାର୍ଥୀମାନେ ଦୁଇଟି ପେପର(ପେପର-୧, ପେପର-୨) ପରୀକ୍ଷା ଦେବେ।

ପ୍ରତି ପେପର ପରୀକ୍ଷା ପାଇଁ ୨ଘଣ୍ଟା ୩୦ ମିନିଟ୍‌ ସମୟ ମିଳିବ । ଏଥିରେ ବହୁ ବିକଳ୍ପ ପ୍ରଶ୍ନ ଉତ୍ତର(ଏମ୍‌ସିକ୍ୟୁ) ପଦ୍ଧତିରେ ପ୍ରଶ୍ନପତ୍ର ରହିବ ଏବଂ ଏଥିପାଇଁ କୌଣସି ମାଇନସ ମାର୍କିଂ ନାହିଁ। ପ୍ରତି ପ୍ରଶ୍ନ ପତ୍ରରେ ଦୁଇଟି ଭାଷା ରହିବ। ଦ୍ୱିତୀୟ ଭାଷା କେବଳ ଇଂଲିଶ ହୋଇଥିବାବେଳେ ପ୍ରଥମ ଭାଷା ପାଇଁ ଓଡିଆ, ତେଲୁଗୁ, ଊର୍ଦ୍ଧୁ, ବଙ୍ଗଳା ମଧ୍ୟରୁ ଯେକୌଣସି ଗୋଟିଏ ରହିବ।