ଆପଣଙ୍କ ସ୍ବପ୍ନ ଦୋଷ ହଉଛି କି ଜାଣି ରଖନ୍ତୁ କଣ କରିବେ

କୋଷ୍ଠବଦ୍ଧତା ଦୂର ହେବାଦ୍ୱାରା ସ୍ବପ୍ନଦୋଷ ରୁ ବି ମୁକ୍ତି ମିଳିବ…..

ପ୍ରାୟ ଦୁଇ ବର୍ଷ ହେବ ମୋ ପରିସ୍ରାରେ ବୀର୍ଯ୍ୟ ଆସୁଛି । ଏହା ପ୍ରାୟ ମଳତ୍ୟାଗ ସମୟରେ ହୋଇଥାଏ ଓ ବିଶେଷ କରି ସେବେ, ଯେବେ ମୁ ଶୌଚ ପାଇଁ ଜୋର ଲଗାଇଥାଏ । ମାସରେ ଦୁଇ-ତିନି ଥର ମୋର ସ୍ୱପ୍ନ-ଦୋଷ ହୋଇଯାଉଛି । ଏହି କାରଣରୁ ମୁଁ ଓ ଦୁର୍ବଳ ହୋଇଯାଉଛି ।

ଉତ୍ତର: ଯାହାକୁ ଆପଣ ବୀର୍ଯ୍ୟ କହୁଛନ୍ତି, ତାହା ବୀର୍ଯ୍ୟ ନୁହେଁ । ଏକ ବହୁତ ସାଧାରଣ ଜିନିଷ-ପ୍ରୋଷ୍ଟେଟ ଜୁସ ଅଟେ । ଯେତେବେଳେ ଆପଣ ଶୌଚ ପାଇଁ ଜୋର ଲଗାଉଛନ୍ତି, ସେତେବେଳେ ପ୍ରୋଷ୍ଟେଟ ଉପରେ ଜୋର ପଡୁଛି ଓ ଏହି ରସ ବାହାରୁଛି ।

ଯଦି ଆପଣଙ୍କ କୋଷ୍ଠବଦ୍ଧତା ଦୂର ହୋଇଯାଏ, ଶୌଚ ସହଜରେ ହେବାକୁ ଲାଗେ, ତେବେ ଆପଣଙ୍କ ଏ କଷ୍ଟ ଚାଲିଯିବ । ଏଥିପାଇଁ ଆପଣ ଭୋଜନ ସୁଧାର କରନ୍ତୁ । ନିତ୍ୟ କିଛି ସମୟ ପେଟର ବ୍ୟାୟାମ କରନ୍ତୁ । ଏହାଦ୍ୱାରା ଆପଣଙ୍କ କୋଷ୍ଠବଦ୍ଧତା ଦୂର ହୋଇଯିବ ଓ ସ୍ରାବରୁ ମୁକ୍ତି ମିଳିବ । କୋଷ୍ଠବଦ୍ଧତା ଦୂର ହେବାଦ୍ୱାରା ସ୍ବପ୍ନଦୋଷ ରୁ ବି ମୁକ୍ତି ମିଳିବ । ହଁ ଆପଣଙ୍କ ଦୁର୍ବଳତାର ଏହି ସ୍ରାବ ଓ ସ୍ବପ୍ନଦୋଷ ସହ କୌଣସି ସମ୍ପର୍କ ନାହିଁ । ଏହି ଲକ୍ଷଣରେ ଆପଣ ଡ଼ରିଯାଇଛନ୍ତି ଓ ଚିନ୍ତିତ ଅଛନ୍ତି, ଏଥିପାଇଁ ଦୁର୍ବଳତା ଆସିଛି ।