ନକଲି ବରିଷ୍ଠ ପଲିସ ଅଧିକାରୀକୁ ଗିରଫ କଲା ଘଟଗାଁ ପୋଲିସ ।

ଟଙ୍କା ଠକିଥିବା ସୁଜିତ ନାଁ ରେ ଏକାଧିକ ମାମଲା ରହିଥିବା ପୋଲିସ ସୁଚନା ଦେଇଛି…..

କେନ୍ଦୁଝର : ଯୁବକ ଗୋଷ୍ଟିକୁ ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରି କରାଇଦେବା ନାଁ ଟଙ୍କା ନେଉଥିବା ଠକ ଶେଷରେ ଅସଲି ପୋଲିସ ଗିରଫ କରିବାରେ ସଫଳତା ପାଇଛି । ଅଭିଯୁକ୍ତ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ । ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଟ ପୋଲିସ କହିବା ସହ ଚାକିରି କରାଦେବା ପାଇଁ କହି ଟଙ୍କା ଠକିଥିବା ସୁଜିତ ନାଁ ରେ ଏକାଧିକ ମାମଲା ରହିଥିବା ପୋଲିସ ସୁଚନା ଦେଇଛି ।