ଆଜି ପବିତ୍ର କୁମାର ପୂର୍ଣ୍ଣିମା ପୂଜା

ପୁରାଣ କିମ୍ବଦନ୍ତୀ ଅନୁସାରେ ଆଜି କେବଳ ଗୋଟିଏ ଦିନ ଚନ୍ଦ୍ରମା ଷୋଳ କଳାରେ ପରିପୂର୍ଣ୍ଣ ଥାନ୍ତି…..

କାହିଁକି କରନ୍ତି କୁମାରୀ ମାନେ ସୂର୍ଯ୍ୟ ପୂଜା ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଏହି ଅବସରରେ ଆଜି ଗାଁ ଠୁ ସହର ଉତ୍ସବ ମୁଖର । ସକାଳୁ ସକାଳୁ କୁମାରୀ ଝିଅ ମାନେ ଭୋଗ କୁଲା ଧରି ସୂର୍ଯ୍ୟପୂଜା କରିଛନ୍ତି । ପୁରାଣ କିମ୍ବଦନ୍ତୀ ଅନୁସାରେ ଆଜି କେବଳ ଗୋଟିଏ ଦିନ ଚନ୍ଦ୍ରମା ଷୋଳ କଳାରେ ପରିପୂର୍ଣ୍ଣ ଥାନ୍ତି ।ଏହି ଅବସରରେ ଆଜି ସକାଳେ କୁମାରୀ ଝିଅ ମାନେ ସୂର୍ଯ୍ୟପୂଜା ଓ ସଂନ୍ଧ୍ୟାରେ ଚନ୍ଦ୍ରମାଙ୍କ ଆଶୀର୍ବାଦ ପାଇବା ପାଇଁ ଚାନ୍ଦ ପୂଜା କରିଥାନ୍ତି । ଗାଁ ଗାଉଁଲିରେ କଥା ରହିଛି କୁମାରୀ ଝିଅମାନେ ଚାନ୍ଦ ଝଟଝଟ ରାଜ କୁମାରଙ୍କ ଭଳି ବର ପାଇବା ପାଇଁ ଆଜି ଦିନରେ କୁମାର ପୂର୍ଣ୍ଣିମା ବ୍ରତ ରଖିଥାନ୍ତି ।

ଆହୁରି ମଧ୍ୟ କୁହାଯାଏ ଆଜି ଦିନରେ ଶ୍ରାକୃଷ୍ଣ ମହାରାସ ରଚିଥିଲେ । ଆଜି ଦିନକୁ ଓଡିଶାରେ ଜହ୍ନି ଓଷା ଭାବେ ମଧ୍ୟ ପାଳନ କରାଯାଇଥାଏ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପର୍ବ ପାଳନ କରାଯାଏ । ଏହିଦିନ ଜଗତ ଜନନୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଇଥାଏ ।