ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ୫୬ ନଂ ସ୍ଥାନ ରଖି ଉତ୍ତୀର୍ଣ୍ଣ: ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ସୋରଡା ବିଧାୟକ
ଗଞ୍ଜାମ ଜିଲ୍ଲା ଆଜି ସୋରଡା ବିଧାନସଭା କ୍ଷେତ୍ରର …
ଗଞ୍ଜାମ ଜିଲ୍ଲା ଆଜି ସୋରଡା ବିଧାନସଭା କ୍ଷେତ୍ରର ସୋରଡ଼ା ପାଇକ ସାହିର କାହୁଁ ଚରଣ ବେହେରାଙ୍କ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୪ ମସିହାରେ ୫୬ ନଂ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇ ଆମ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଥିବା ଅବସରରେ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ସୋରଡା ବିଧାୟକ ନୀଳମଣି ବିଷୋୟୀ।
କାହୁଁ ଚରଣଙ୍କର ନିରନ୍ତର ପରିଶ୍ରମ,ଦୃଢ଼ ସଂକଳ୍ପ,ଅଦମ୍ୟ ଇଚ୍ଛାଶକ୍ତି ଓ ନିଷ୍ଠା ଆଜି ତାଙ୍କୁ ଏହି ଗୌରବମୟ ସଫଳତାର ଶିଖରରେ ପହଞ୍ଚାଇ ପାରିଛି | ଆଗାମୀ ଭବିଷ୍ୟତରେ ଜନସାଧାରଣଙ୍କ ସେବା,ସୁଶାସନର ସୁଦୃଢ଼ିକରଣ ଏବଂ ଓଡ଼ିଶାର ସାମଗ୍ରିକ ପ୍ରଗତିରେ ନିଜର ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରି ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିବେ ବୋଲି ଅଞ୍ଚଳ ବାସି ଙ୍କ ଦୃଢ଼ ଆଶା ଓ ବିଶ୍ୱାସ |
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ସୋରଡ଼ା ଅଞ୍ଚଳର ଇଷ୍ଟଦେବୀ ମା’କନ୍ଧୁଣୀ ଦେବୀଙ୍କ ଅସୀମ କୃପା ଓ ଆଶୀର୍ବାଦରୁ ଆଗାମୀ କାର୍ଯ୍ୟଜୀବନ ସଫଳ,ମଙ୍ଗଳମୟ ଓ ଜନକଲ୍ୟାଣମୟ ହେଉ ବୋଲି କାମନା କରୁଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ