ସମୁଦ୍ରରେ ବୁଡି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର : ସମୁଦ୍ର ଏବେ ଅଶାନ୍ତ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓ ବାତ୍ୟା ଯୋଗୁଁ ସମୁଦ୍ରର ଲହଡି ଖୁବ୍ ଜୋର ରହିଛି । ଏହି ସମୟରେ ପୁରୀରୁ ଏକ ଦୁଖଃଦ ଖବର ଆସିଛି । ସମୁଦ୍ରରେ ବୁଡି ଦୁଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେକ୍ଟର ୧୩ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଗାଧୋଉଥିବା ସମୟରେ ସମୁଦ୍ର ପାଣିରେ ଭାସିଯାଇଥିଲେ ଏବଂ ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ, ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।