୩୬ ଘଣ୍ଟା ପରେ ଲିଭିଲା ସୋ ରୁମ୍‌ ନିଆଁ

ଦୀର୍ଘ ୩୬ ଘଣ୍ଚାର ଅକ୍ଲାନ୍ତ ପରିଶ୍ରମ ପରେ ସୋରୁମ୍‌ ନିଆଁ ଲିଭିଛି । ତେବେ କେଉଁ କାରଣୁ ନିଆ ଲାଗିଛି ତାହାର କାରଣ ଜାଣିବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ନିଆଁ ଲାଗିବାର କାରଣ ସହ କ୍ଷୟକ୍ଷତିର ଆକଳନ କରିବେ । ସୂଚନା ଯୋଗ୍ୟ ପୁରୀ ବଡଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ସନ୍ଧ୍ୟା ସମୟରେ ନିଆଁ ଲାଗିଥିଲା । ଏହା ପ୍ରାୟ ୩୬ ଘଣ୍ଟା ଧରି ଜଳିଥିଲା । ଏଥିରେ ଥିବା ୩ ଜଣ ପର୍ଯ୍ୟଟକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଥିଲା । ନିଆଁ ଲିଭା ସମୟରେ ଅଣନିଶ୍ୱାସୀ ହୋଇ ଅଗ୍ନିଶମ ବାହିନୀର ଜବeନ ମାନେ ଅସୁସ୍ଥ ହୋଇଥିଲେ । ଏଥିରେ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ବ୍ୟାଙ୍କ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି ।