ରାହାଜାନି ଯୋଜନା ହେଲା ପଣ୍ଡ,ବନ୍ଧୁକ ସହ ଜଣେ ଗିରଫ

ଚଣ୍ଡିଖୋଲ, (ଏସ୍ ନ୍ୟୁଜ): ଗତକାଲି ୩ଜଣ ଯୁବକ ଖୁଲମ୍‌ଖୁଲା ରାହାଜାନି କରୁଥିବା ଜଣାପଡିବା ପରେ ପୋଲିସ ପହଞ୍ଚି ଜଣକୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତିରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଅଚ୍ୟୁତପୁର ଛକରେ ୩ ଜଣ ଯୁବକ ବନ୍ଧୁକ ଦେଖାଇ ଯାତ୍ରୀଙ୍କ ଠାରୁ ଲୁଟ ଉଦ୍ୟମ କରୁଥିଲେ । ଏହି ସମୟରେ ଧର୍ମଶାଳା ପୋଲିସ ଏ ସମ୍ବନ୍ଧରେ ସୂଚନା ପାଇବା କ୍ଷଣି ସେଠାରେ‌ ପହଞ୍ଚିଯାଇଥିଲା । ଏହି ଘଟଣାରେ ପୋଲିସ ଜଣକୁ କାବୁ କରିନେଇ ଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି । ଗିରଫ ଯୁବକ ଜଣକ ସ୍ଥାନୀୟ ଅଂଚଳର ବ୍ରିଜେସ ପ୍ରଧାନ, ଯୁବକଙ୍କ ନିକଟରୁ ବନ୍ଧୁକ ଜବତ କରିବା ସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।