ଟ୍ୱିନସିଟି ୮ମ ପୁଲିସ କମିଶନରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ୮ମ ପୁଲିସ କମିଶନର ଭାବେ ବରିଷ୍ଠ ଆଇପିଏସ ଅଫିସର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଟ୍ୱିନସିଟି ଭୁବନେଶ୍ୱର-କଟକର ଦାୟିତ୍ୱ ଗ୍ରହଣ କରିଛନ୍ତି । ଅତିରିକ୍ତ ପୁଲିସ କମିଶନରଙ୍କ ଠାରୁ ସେ କାର୍ଯ୍ୟଭାର ନେଇଥିଲେ । ଦାୟିତ୍ୱ ନେବା ପରେ ଅପରାଧୀକ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ଗୁରୁତ୍ୱ ଦେବେ । ଏଥିପାଇଁ ସେ ଟ୍ୱିନସିଟିଲୋକଙ୍କ ସହଯୋଗ ଲୋଡିଛନ୍ତି ।
ମଙ୍ଗଳବାର ଅପରାହ୍ଣରେ ନବ ନିଯୁକ୍ତ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପୁଲିସ ସେବା ଭବନରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପୁଲିସ ସେବା ଭବନରେ ପହଁଚିବା ପରେ ତାଙ୍କୁ ନୀତିନିୟମ ଅନୁସାରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଦାୟିତ୍ୱ ନେବା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ପୁଲିସ କମିଶନର ଭାବେ ତାଙ୍କୁ ଗୁରୁଦାୟିତ୍ୱ ମିଳିଛି । ଏହା ତାଙ୍କ ପାଇଁ ଚଲେଞ୍ଜ ସଦୃଶ । ପ୍ରଭୂଙ୍କ ଆର୍ଶିବାଦ ଓ କଟକ-ଭୁବନେଶ୍ୱର ଲୋକଙ୍କ ସହଯୋଗ ରହିଲେ ସେ ଏହି ଚାଲେଞ୍ଜକୁ ପ୍ରତିହତ କରିପାରିବେ । ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବେ । ଲୋକଙ୍କ ଧନଜୀବନ ସୁରକ୍ଷାକୁ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି । ଏଥିସହିିତ ପୂର୍ବତନ ପୁଲିସ କମିସନରଙ୍କ ଏଜେଣ୍ଡାକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ । ନିଜର ଗୁରୁ ଦାୟିତ୍ୱକୁ ସେ ସୁଚାରୁରୂପେ ସଂପନ୍ନ କରିବେ ବୋଲି ବଦ୍ଧପରିକର ବୋଲି କହିଛନ୍ତି ।
ଉଲ୍ଲେଖଥାଉ କି, ୧୯୯୫ ବ୍ୟାଚର ଓଡିଆ ଆଇପିଏସ୍‌ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଆନ୍ନା ବିଶ୍ୱବିଦ୍ୟାଳୟରୁ ବି.ଟେକ୍‌ ପାସ୍‌ କରିବା ପରେ ଟାଟା ଇଞ୍ଜିନିୟରିଂରେ ୩ ବର୍ଷ ଚାକିରି କରିଥିଲେ ।
ଆଇପିଏସ୍‌ ପାଇବା ପରେ>>>ପୁରୀରେ ପ୍ରଥମେ ଅତିରିକ୍ତ ଏସ୍‌ପି ଭାବେ ନିଜର ପୁଲିସ ଚାକିରୀ ଆରମ୍ଭ କରିଥିଲେ ।>୧୯୯୯ର ମହାବାତ୍ୟା ମୁକାବିଲାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ରଥଯାତ୍ରା ସୁପରିଚାଳନାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ ।
>ଏହା ପରେ ପୁରୀ, ଗଞ୍ଜାମ, କଟକ ଓ କେନ୍ଦୁଝର ଏସ୍‌ପି ଭାବରେ କାମ କରିଥିଲେ ।
>ଡିଆଇଜି ଭାବରେ ପଦୋନ୍ନତି ପାଇବା ପରେ ଦକ୍ଷିଣ-ପଶ୍ଚିମାଂଚଳ ରେଞ୍ଜର ଦାୟିତ୍ୱ ନେଇ ସଫଳତା ପାଇଥିଲେ ।
ନକ୍ସଲ ଦମନରେ ମଧ୍ୟ ତାଙ୍କର ବେଶ୍‌ ସୁନାମ ରହିଥିଲା ।
>ପରେ ପୁଲିସ ଆଇଜି (ଅପରେସନ), ଓ ଆଇଜି (ଗୁଇନ୍ଦା) ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।
>ପୁରୀରେ ଅତିରିକ୍ତ ଏସ୍‌ପି ଓ ଏସ୍‌ପି ଭାବରେ ତାଙ୍କର ଦକ୍ଷତାକୁ ଆଧାର କରି ୨୦୧୫ରେ ରାଜ୍ୟ ସରକାର ତାଙ୍କୁ ମହାପ୍ରଭୁଙ୍କ ନବକଳେବର ସମୟରେ ଅଫିସର ଇନ୍‌ସ୍ପେସାଲ ଡ୍ୟୁଟି ଭାବେ ଦାୟିତ୍ୱ ଦେଇଥିଲେ । >ନବକଳେବର ସମୟରେ ଆଇନଶୃଙ୍ଖଳା ରକ୍ଷା ଆଦି ଯାବତୀୟ କାର୍ଯ୍ୟରେ ସେ ବେଶ୍‌ ପ୍ରଶଂସା ସାଉଁଟିଥିଲେ ।
>‘ଫାନି’ ମୁକାବିଲାରେ ମଧ୍ୟ ତାଙ୍କୁ ବେଶ୍‌ ସଫଳତା ମିଳିଥିଲା ।
ପୁଲିସ ସେବାରେ ସଫଳତା ପାଇଁ ସେ ୨୦୧୧ରେ ରାଷ୍ଟ୍ରପତି ପଦକ, ୨୦୦୫ରେ ରାଜ୍ୟପାଳ ପଦକ, ୨୦୦୨ରେ ଡିଜିଙ୍କ ପଦକ, ୨୦୧୬ରେ ଡିଜିଙ୍କ ପ୍ରସଂଶାପତ୍ର ପାଇଛନ୍ତି ।