ନିଆଁ ଲିଭାଇବାରେ ବିଫଳତା ନେଇ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଲା ଭଞ୍ଜସେନା

କରଞ୍ଜିଆ,(ଏସ୍ ନ୍ୟୁଜ): ଭଞ୍ଜସେନା ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ବନ୍ଦ ଡାକରା ଦିଆଯାଇଛି । ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ବନ୍ଦରୁ ସମସ୍ତ ଜରୁରୀକାଳୀନ ସେବାଗୁଡିକୁ ବାଦ ଦିଆଯାଇଛି ।

ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ମଙ୍ଗଳବାର ଶିମିଳିପାଳ ଉତ୍ତର ଜୋନରେ ଥିବା ୬ଟି ରେଞ୍ଜର ୧୨ଗୋଟି ବିଟ୍ ଅଞ୍ଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ୍ ରିପୋର୍ଟରୁ ସୂଚନା ମିଳିଛି ।ଶିମିଳିପାଳରେ ଲାଗିଥିବା ନିଆଁ ଲିଭାଇବା ପାଇଁ ବନ ବିଭାଗ ସହ ଅଗ୍ନିଶମ ବିଭାଗର ୪ଟି ଟିମ୍ ଜଙ୍ଗଲ ଭିତରକୁ ପ୍ରବେଶ କରିଛି । ମଙ୍ଗଳବାର ବାଲେଶ୍ବରରୁ ଗୋଟିଏ ୨୬ ଜଣିଆ ଓଡ୍ରାଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।