କଟକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ମବ

କଟକ,(ସାକ୍‌ସୀ ନ୍ୟୁଜ୍‌): କଟକରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ମନ୍ଦିରରେ ପହଞ୍ଚି ମାଙ୍କ ଦର୍ଶନ କରିଛନ୍ତି । ପରେ କଟକ ରେଳ ଷ୍ଟେସନର ଉନ୍ନୟନମୂଳକ କାମର ଶୁଭାରମ୍ଭ କରିଛନ୍ତି । ମାଆଙ୍କ ଦର୍ଶନ କରି କରୋନା ମହାମାରୀ ଦୂର ହେବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଜୀବନ କାମନା କରି ପ୍ରାର୍ଥନା କରିଛନ୍ତି । କଟକ ରେଳ ଷ୍ଟେସନରେ ଦ୍ୱିତୀୟ ପ୍ରବେଶ ପଥ ଲାଗି ଶିଳାନ୍ୟାସ କରିଛନ୍ତି । ଏହା ସହିତ ଷ୍ଟେସନ ପରିସରରେ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ।

ଏହାସହ ଏକ ମୋବାଇଲ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ୟୁନିଟକୁ ମଧ୍ୟ ଉଦଘାଟନ କରିଛନ୍ତି ରେଳମନ୍ତ୍ରୀ । ଭାଇଚାରର, ପରମ୍ପରା ଓ ଦହିବାର ଆଳୁଦମର ସହର କଟକ ତାଙ୍କୁ ବହୁ ଭଲ ପାଇବା ଦେଇଥିବାରୁ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ କଟକ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ରେଳଷ୍ଟେସନରେ ପରିଣତ କରିବାକୁ ସେ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନନ୍ୟା ଦାସ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ବିଜେପିର ବହୁ କର୍ମୀ ଉପସ୍ଥିତ ଥିଲେ