ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୩ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାର ଫେଲାଡେଲଫିଆ ସହରର ଥିବା ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ରହିଛନ୍ତି । ଏନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆପାର୍ଟମେଣ୍ଟରେ ନିଆଁ ଲାଗିବା ନେଇ ଆଲର୍ଟ ମେସିନ୍‌ ଲାଗିଥିଲେ ସୁଦ୍ଧା ତାହା କାମ କରୁନଥିଲା । ସେହିପରି ଅନେକ ଲୋକ ଏମର୍ଜେନ୍ସୀ ଗେଟ୍‌ ପଟରେ ଦୌଡ଼ି ନିଜ ଜୀବନ ବଞ୍ଚାଇଛନ୍ତି ।

ଏହି ଭୟଙ୍କର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି । ଏବେ ଏହାର ତଦନ୍ତ କରାଯାଉଛି । ସେହିପରି ଏହି ଆପାର୍ଟମେଣ୍ଟରେ କେତେ ଲୋକ ଥିଲେ ତାହା ବି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସମସ୍ତେ ଶୋଇଥିବା ବେଳେ ହଠାତ୍‌ ଆପାର୍ଟମେଣ୍ଟରେ ନିଆଁ ଲାଗି ୮ ପିଲାଙ୍କ ସହ ୧୩ ଜଣ ଲୋକ ମୃତ୍ୟୁବରଣ କରିଥିବା ଜଣାପଡିଛି ।