ଭୁବନେଶ୍ୱର ବିମାନବନ୍ଦରରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଭୁବନେଶ୍ୱର ବିମାନବନ୍ଦରରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ସେହିପରି ଉଭୟ ଡୋଜ ଟିକା ନେଇଥିଲେ ବି ଆରଟିପିସିଆର ଟେଷ୍ଟ କରାଯିବ ବୋଲି ବିଏମସି କହିଛି । ସେହିପରି ଯଦି ପୂର୍ବରୁ ଆରଟିପିସିଆର ରିପୋର୍ଟ ନେଗେଟିଭ ଥାଏ ତଥାପି ବିମାନବନ୍ଦରରେ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ କରୋନା ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନୂଆ ଗାଇଡଲାଇନ ଜାରି କରିଛି ବିଏମସି । ଅନ୍ୟପକ୍ଷରେ ରାଜ୍ୟରେ ପୁଣି ଧିରେ ଧିରେ କରୋନା ଦ୍ରୁତ ଗତିରେ ମାଢିବାରେ ଲାଗିଛି । ଯାହାକୁ ପୁଣି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।