୨୦୨୦ ମସିହା ପାଇଁ ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

ଭୁବନେଶ୍ୱର(ଏସ୍ ନ୍ୟୁଜ‌): ୨୦୨୦ ମସିହା ପାଇଁ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପାଇବେ। ତାଙ୍କ ସହିତ ଅନ୍ୟ ୧୫ ଜଣ ବୟୋଜ୍ୟେଷ୍ଠ ଓ ବିଶିଷ୍ଟ ସାରସ୍ୱତ ସାଧକ ମଧ୍ୟ ସମ୍ବର୍ଦ୍ଧିତ ହେବେ।

ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ୨୦୨୦ ମସିହା ପାଇଁ ଏହି ସାରସ୍ୱତ ସମ୍ମାନ ନିମନ୍ତେ ଶ୍ରୀ ବେହେରାଙ୍କ ସମେତ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏକାଡ଼େମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ।