ବସକୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ଦେଉଳବାଡି ଗାଁ ରେ ଠିଆ ହୋଇଥିବା ଘୋରାଇ ବସ କୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର ହୋଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି ।ଆଜି ସୁନାଖଣ୍ଡି ଠାରୁ ରାୟଗଡା ଅଭିମୁଖେ ଯାଉଥିବା ଘୋରେଇ ବସଟି ଦେଉଳବାଡି ଗାଁରେ ଯାତ୍ରୀଙ୍କୁ ଓଲ୍ଲାଇବା ପାଇଁ ଠିଆ ହୋଇ ଥିବା ବେଳେ ଏକ ବାଇକରେ ସୁଶାନ୍ତ ପ୍ରାସ୍କା ଆସି ବସକୁ ଧକ୍କା ଦେଇଥିଲା ।ଯାହା ଫଳରେ ସୁଶାନ୍ତ ଗୁରୁତର ଅବସ୍ଥାରେ ପଡ଼ିଥିବାରୁ କିଛି ଲୋକ ରୋଗୀବୁହା ଗାଡିକୁ ଯୋଗାଯୋଗ କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଏଠାରେ ଡାକ୍ତର ସମ୍ୟରଂଜନ ଜେନା ଦେଖି ପ୍ରାଥମିକ ଚିକିତ୍ସା କରି ଗୁରୁତର ରହିଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଦେଇଛନ୍ତି ।ଉକ୍ତ ଯୁବକର ଘର ବୁଡ଼ାଗୁଡା ଗାଁର ବୋଲି ଜଣାପଡ଼ିଛି ।